ମାଳିପୁଟ ଓ କୋଟିଆ ଗ୍ରାମପଞ୍ଚାୟତ ଗସ୍ତ କଲେ ଜିଲ୍ଲାପାଳ: ଗ୍ରାମବାସୀଙ୍କ ସହ ଆଲୋଚନା, ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷାଦାନର ସମୀକ୍ଷା

puja26

କୋରାପୁଟ : କୋରାପୁଟ ଜିଲ୍ଲାପାଳ ଆଜି ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ସୀମାନ୍ତ ମାଳିପୁଟ ଓ କୋଟିଆ ଗ୍ରାମପଞ୍ଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଗସ୍ତ କାଳରେ ସେ ଉପର-ଏରାସାନ୍ତାଗୁଡ଼ା ଗ୍ରାମରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଗ୍ରାମର ମୌଳିକ ସମସ୍ୟା, ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଏବଂ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଗ୍ରାମବାସୀଙ୍କଠାରୁ ବିଭିନ୍ନ ପ୍ରସ୍ତାବ ଓ ମତାମତ ଗ୍ରହଣ କରିଥିଲେ।

ଏହା ପରେ ଜିଲ୍ଲାପାଳ ସଲପଗୁଡ଼ା ବିଦ୍ୟାଳୟ ପରିଦର୍ଶନ କରିଥିଲେ। ସେଠାରେ ବିଦ୍ୟାଳୟର ଭିତ୍ତିଭୂମି, ଶ୍ରେଣୀଗୃହ, ପାନୀୟ ଜଳ ବ୍ୟବସ୍ଥା, ଶିକ୍ଷାଦାନ ଶୈଳୀ, ଛାତ୍ରଛାତ୍ରୀଙ୍କ ଦୈନିକ ଉପସ୍ଥାନ ଏବଂ ମଧ୍ୟାହ୍ନ ଭୋଜନର ଗୁଣବତ୍ତା ନିକଟରୁ ଯାଞ୍ଚ କରିଥିଲେ। ବିଦ୍ୟାଳୟର ଶିକ୍ଷାଗତ ପରିବେଶ ଓ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ସମ୍ପର୍କରେ ସେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।

ଜିଲ୍ଲାପାଳଙ୍କ ଏହି କ୍ଷେତ୍ର ପରିଦର୍ଶନ ଫଳରେ ସୀମାନ୍ତ ତଥା ଦୁର୍ଗମ ଅଞ୍ଚଳର ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନ ନିକଟରୁ ବୁଝିବା ସହ ଶିକ୍ଷାନୁଷ୍ଠାନର କାର୍ଯ୍ୟକାରିତାକୁ ଆହୁରି ସୁଦୃଢ଼ କରିବା ଦିଗରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।

ad-week
Leave A Reply

Your email address will not be published.