ମିଳିଲା ନଗଦ ୯୪ କୋଟି ଟଙ୍କା, ୮ କୋଟିର ହୀରା ଓ ୩୦ ଦାମୀ ଘଣ୍ଟା…

add-all

ଆୟକର ବିଭାଗ କରିଥିବା ରେଡ୍‌ ବେଳେ ଆଖି ଖୋସି ହୋଇଗଲା ଭଳି ଧନସମ୍ପତି ମିଳିଛି। ରେଡ ବେଳେ ନଗଦ ୯୪ କୋଟି ଟଙ୍କା, ୮ କୋଟିର ହୀରା ଅଳଙ୍କାର ଓ ୩୦ଟି ବିଦେଶୀ କମ୍ପାନୀର ଦାମୀ ଘଣ୍ଟା ଆୟକର ବିଭାଗ ଜବତ କରିଛି।

କର୍ଣ୍ଣାଟକା, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ଦିଲ୍ଲୀର କିଛି ସ୍ଥାନରେ ୧୨ ତାରିଖରୁ ଚାଲିଥିବା ରେଡ୍‌ ବେଳେ ଏପରି ଜିନିଷ ସବୁ ମିଳିଛି। ସରକାରୀ କଣ୍ଟ୍ରାକ୍ଟର ଓ ରିୟଲି ଷ୍ଟେଟ ଡେପଲପର୍ସଙ୍କ ଠିକଣାରେ ଆୟକର ବିଭାଗର ଏକାଧିକ ଟିମ ଏକକାଳୀନ ଚଢ଼ଉ କରିଥିଲେ।

୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ରେଡ୍‌ ବେଳେ ଅଧିକାରୀମାନେ ୫୫ ସ୍ଥାନରେ ଯାଞ୍ଚ କରିଥିଲେ। ଏହାପରେ ପ୍ରଚୁର ମାତ୍ରାର ସମ୍ପତ୍ତି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି।

ସିବିଡିଟି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ରେଡ୍‌ ବେଳେ ନଗଦ ପ୍ରାୟ ୯୪ କୋଟି ଟଙ୍କା ମିଳିଛି। ଏଥିସହ ୮ କୋଟି ଟଙ୍କାର ସୁନା ଓ ହୀରା ଗହଣା ମିଳିଛି। ଏହାକୁ ମିଶାଇଲେ ୧୦୨ କୋଟିରୁ ଅଧିକ ଟଙ୍କା ହେବ। ଘଣ୍ଟା ତିଆରି କାମରେ ଲିପ୍ତ ନଥାଇ ମଧ୍ୟ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିବା ଜଣେ କର୍ମଚାରୀଙ୍କ ଘରକୁ ୩୦ଟି ଦାମୀ ଘଣ୍ଟା ମିଳିଛି।

ଜବତ ଘଣ୍ଟାଗୁଡ଼ିକରେ ବିଦେଶୀ କମ୍ପାନୀର ଲୋଗ ରହିଛି। ତେବେ ସିବିଡିଟି ପକ୍ଷରୁ ଉକ୍ତ କର୍ମଚାରୀଙ୍କ ନାଁ ସାର୍ବଜନୀନ କରାଯାଇ ନାହିଁ। ସେହିପରି ଏବେ ବି ଆଉ କିଛି ସ୍ଥାନରେ ରେଡ୍‌ ଚାଲିଥିବା ମଧ୍ୟ ଜଣାପଡ଼ିଛି।

ସିବିଡିଟି ଆହୁରି କହିଛି ଯେ ଅଭିଯୁକ୍ତ ଓ ସେମାନଙ୍କ ସହଯୋଗୀଙ୍କ ଠିକଣାରେ କରାଯାଇଥିବା ରେଡ୍‌ ବେଳେ ଲୁଜ୍‌ ଶିଟ, ହାର୍ଡ କପି ଓ ଡିଜିଟାଲ ତଥ୍ୟ ମଧ୍ୟ ମିଳିଛି। ସମସ୍ତଙ୍କ ଉଦ୍ଦେଶ୍ୟ ଟିକସ ଫାଙ୍କିବା ହିଁ ଥିଲା।

ଏଥିପାଇଁ ସେମାନେ ନିଜର ଆୟକୁ ଠିକ ଭାବେ ଦର୍ଶାଉ ନଥିଲେ। ଅବ୍ୟହୃତ ହୋଇ ନଥିବା କଣ୍ଟ୍ରାକ୍ଟ ରିସିପ୍ଟ ଓ ଅନ୍ୟାନ୍ୟ ଜିନିଷକୁ ଜବତ କରାଯାଇଛି। କାମ ବେଳେ ଯେଉଁ ଜିନିଷ ବ୍ୟବହାର ହୋଇ ନଥିଲା, ସବ କଣ୍ଟ୍ରାକ୍ଟରଙ୍କମାନଙ୍କ ଜରିଆରେ ତା’ର ବିଲ ପ୍ରସ୍ତୁତ ହୋଇଛି।

ନେଣଦେଣ ହୋଇ ନଥିଲେ ମଧ୍ୟ କାଗଜପତ୍ରରେ ଆର୍ଥିକ କାରବାର ହୋଇଥିବା ଦର୍ଶାଯାଇଛି। ବେଆଇନ ଉପାୟରେ କରାଯାଇଥିବା ଆୟକୁ ନଗଦ ଟଙ୍କା ଆକାରରେ ରଖାଯାଇଥିଲା ବୋଲି ସିବିଡିଟି କହିଛି।

ad-week
Leave A Reply

Your email address will not be published.