ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ, ୯ ମୃତ

add-all

blast

ଚେନ୍ନାଇ: ଆଗକୁ ଦୀପାବଳି ଥିବାରୁ ତାମିଲନାଡୁର ବିଭିନ୍ନ ବାଣ କାରଖାନାରେ ବାଣପ୍ରସ୍ତୁତି ଜୋରସୋରରେ ଆଗେଇଚାଲିଛି । ତେବେ ଅସୁରକ୍ଷିତ ବାତାବରଣ ଓ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି ।
ତାମିଲନାଡୁର ଦୁଇଟି ବାଣ କାରଖାନାରେ ମଙ୍ଗଳବାର ଦୁଇଟି ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ ଓ ଉଦ୍ଧାର ବିଭାଗର ସୂଚନା ଅନୁଯାୟୀ, ବିରୁଧୁନଗର ଜିଲ୍ଲାର ଶିବକାଶୀ ନିକଟରେ ଥିବା ଏକ ବାଣ ତିଆରି କାରଖାନାରେ ପ୍ରଥମ ବିସ୍ଫୋରଣ ହୋଇଥିଲା। ତେବେ ଏଠାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।
ଏହାର କିଛି ସମୟ ପରେ ବିରୁଧୁନଗର ଜିଲ୍ଲାର କାମ୍ମାପଟ୍ଟି ଗ୍ରାମରେ ଥିବା ବାଣ କାରଖାନାରେ ଆଉ ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୫ ବୋଲି ରିପୋର୍ଟ ଆସିଥିଲା ।
ଦୁର୍ଘଟଣା ପରେ ବାଣ କାରଖାନା ମାଲିକ ରାଜେନ୍ଦ୍ରନ(୬୫) ଓ ତାଙ୍କ ଜ୍ୱାଇଁ ଅରୁଣ କୁମାର(୩୯)ଙ୍କୁ ପୁଲିସ ଗିରଫ କରିଛି। ଦୀପାବଳିକୁ ଦୃଷ୍ଟିରେ ରଖି ବର୍ଦ୍ଧିତ ବାଣ ଚାହିଦା ପୂରଣ କରିବା ପାଇଁ ରାଜେନ୍ଦ୍ରନ ଅତିରିକ୍ତ ୩୦ ଜଣ ଶ୍ରମିକଙ୍କୁ ନିୟୋଜିତ କରିଥିଲେ ଓ ସେମାନଙ୍କୁ ଓଭରଟାଇମ କାମ କରାଯାଉଥିଲା ବୋଲି ସ୍ଥାନୀୟ ପୁଲିସ ଅଧିକାରୀମାନେ କହିଛନ୍ତି।
ଗତ ୯ ତାରିଖରେ ମଧ୍ୟ ତାମିଲନାଡ଼ୁର ଆରିଆଲୁର ଜିଲ୍ଲା ବୀରାଗାଲୁରଠାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘରି ୭ ଜଣ ମୃତ୍ୟୁବରଣ କରିଥିଲେ ।

ad-week
Leave A Reply

Your email address will not be published.