ଲୋକଙ୍କୁ ଠକୁଛନ୍ତି ମୋଦି: କଂଗ୍ରେସ

add-all

n-4-14

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛନ୍ତି। ମଙ୍ଗଳବାର କଂଗ୍ରେସ ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ ମୂଲ୍ୟକୁ ଦର୍ଶାଇ କେନ୍ଦ୍ରକୁ ଟାର୍ଗେଟ କରିଛି। ଦଳ ଦାବି କରିଛି ମୂଲ୍ୟ ବୃଦ୍ଧି ଯୋଗୁ ଗରିବ ଏବଂ ମଧ୍ୟବିତ୍ତ ପରିବାରର ଜୀବନ ଅତ୍ୟନ୍ତ ଦୁଃଖଦାୟକ ହୋଇଛି।

କଂଗ୍ରେସର ମହାସଚିବ ଜୟରାମ ରମେଶ କହିଛନ୍ତି ଦେଶର ଲୋକଙ୍କର ଆର୍ଥିକ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ଚିନ୍ତିତ ନୁହଁନ୍ତି ।

ପ୍ରଧାନମନ୍ତ୍ରୀ ବିଭିନ୍ନ ଆକଳନ ଦେଖାଇ ଭ୍ରମିତ କରି ଲୋକଙ୍କୁ ପ୍ରତାରଣା ବନ୍ଦ କରିବା ଉଚିତ ଏବଂ ଏବେ ରାଜନୀତିରୁ ଅବସର ଗ୍ରହଣ କରିବା ଉଚିତ। ପ୍ରଧାନମନ୍ତ୍ରୀ ମୋଦି ପଦ ଛାଡିବା ପରେ ହିଁ ଦେଶ ମୋଦିଙ୍କ ଦ୍ୱାରା ହୋଇଥିବା ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଖାଦ୍ୟ ମୂଲ୍ୟ ଯୋଗୁ ହୋଲସେଲ ମୂଲ୍ୟ ସୂଚକାଙ୍କ ଭିତ୍ତିକ ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ ମଧ୍ୟ ନକାରାତ୍ମକ ରେକର୍ଡ କରାଯାଇଥିଲା। କ୍ରମାଗତ ଷଷ୍ଠ ମାସ ପାଇଁ ଏହା ମାଇନସ ୦.୨୬ ପ୍ରତିଶତ ରହିଛି। ଯେତେବେଳେ ଜରୁରୀ ଦ୍ରବ୍ୟର ମୂଲ୍ୟ କ୍ରମାଗତ ଭାବେ ବଢୁଛି, ଦେତେବେଳେ ହୋଲସେଲ ମୁଦ୍ରାସ୍ଫୀତି ତଥ୍ୟ ହ୍ରାସ ପାଇବ କିଭଳି। ଏଭଳି ଆକଳନ କରିବା ସମ୍ପୂର୍ଣ୍ଣ ଭୁଲ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଜୟରାମ ରମେଶ କହିଛନ୍ତି ମୂଲ୍ୟ ବୃଦ୍ଧି ଦ୍ୱାରା ଗରିବ ଏବଂ ମଧ୍ୟବିତ୍ତ ପରିବାରର ଜୀବନ ଦୁଃଖଦାୟକ ହୋଇ ପଡ଼ିଛି, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏନେଇ ନିଘା ନାହିଁ। ଡାଲି ଏବଂ କ୍ଷୀର ପରି ବୈନିକ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ଆକାଶଛୁଆଁ ହୋଇଛି, ଏହି କାରଣରୁ ଏହି ପାର୍ବଣ ଋତୁରେ ସ୍ଥିତି ନୈରାଶ୍ୟ ଜନକ ରହିଛି।

ad-week
Leave A Reply

Your email address will not be published.