ଭିଏତନାମରେ ଉଦଘାଟନ ହେଲା ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

add-all

Mahatma-gandi-Statue

ହାନୋଇ : ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭିଏତନାମର ହୋ ଚି ମିନହରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉଦଘାଟନ ସମାରୋହରେ ସାମିଲ ହୋଇଛନ୍ତି।ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଉଦଘାଟନ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ଏହି ଅବସରରେ ସେ ଦେଶ ପାଇଁ ଗାନ୍ଧୀଜୀଙ୍କ ଯୋଗଦାନ କଥା ମଧ୍ୟ ଅଲୋଚନା କରିଥିଲେ।

ଭିଏତନାମର ହୋ ଚି ମିନ୍ହର ଟାନୋ ଡାନ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତୀୟ ବର୍ହିବ୍ୟାପା ମନ୍ତ୍ରୀ ଜୟଶଙ୍କରଙ୍କ ସହ ଉପାଧ୍ୟକ୍ଷ ଡୁଓଙ୍ଗ ଉନ୍ହ ଡୁକ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜୟଶଙ୍କର କହିଛନ୍ତି, ଭାଇସ ଚେୟାରମ୍ୟାନ ଡୁଓଙ୍ଗ ଉନ୍ହ ଡୁକଙ୍କ ସହ ଉଦଘାଟନୀ ଉତ୍ସବରେ ଅଂଶଗ୍ରହଣ କରିବା ମୋ ପାଇଁ ସୌଭାଗ୍ୟର ବିଷୟ। ହୋ ଚି ମିନ ସହରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସ୍ବାଧୀନତା, ଆତ୍ମର୍ନିଭରଶୀଳତା ଏବଂ ସମ୍ମାନକୁ ସୂଚିତ କରେ ଏବଂ ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନିବିଡ କରିଛି।

ad-week
Leave A Reply

Your email address will not be published.