ବିବାହ ବିଚ୍ଛେଦ ମାମଲା; ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ବର୍ଷାଙ୍କୁ ନୋଟିସ୍‌

add-all

anubhav barsha

କଟକ : ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାରେ ଆଜି ବର୍ଷାଙ୍କୁ ନୋଟିସ୍‌ କରିଛନ୍ତି ହାଇକୋର୍ଟ। ସ୍ୱାମୀ ଅନୁଭବଙ୍କ ଆବେଦନ ଅନୁସାରେ ପତ୍ନୀ ବର୍ଷାଙ୍କୁ ନୋଟିସ୍‌ ହୋଇଛି । ଅର୍ଥାତ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ହାଇକୋର୍ଟ।
ପୂର୍ବରୁ ଫ୍ୟାମିଲି କୋର୍ଟର ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନ ଖାରଜ ହୋଇଥିଲା। ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆସନ୍ତା ୯ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି । ଏଥିସହ ଏହି ମାମଲାର ରେକର୍ଡ ଦାଖଲ ପାଇଁ ହାଇକୋର୍ଟ ପରିବାର ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଥମେ ଅନୁଭବ ଦିଲ୍ଲୀ ପଟିଆଲା କୋର୍ଟରେ ବିବାହ ବିଚ୍ଛେଦ ମାମଲା କରିଥିଲେ। ଏହି ମାମଲା କଟକରେ ବିଚାର କରାଯାଉ ବୋଲି ବର୍ଷା ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମାମଲା କଟକକୁ ଆସିଥିଲା। କଟକ ଫ୍ୟାମିଲି କୋର୍ଟରେଏହି ମାମଲା ବିଚାରାଧିନ ଥିଲା।
ଗତ ୨୨ ତାରିଖରେ ଫ୍ୟାମିଲି କୋର୍ଟ ନିଜ ରାୟରେ ଅନୁଭବଙ୍କ ମାମଲାକୁ ଖାରଜ କରି ଦେଇଥିଲେ। ଏହା ସହିତ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନକୁ ମଧ୍ୟ ଖାରଜ କରି ଦେଇଥିଲେ କୋର୍ଟ। ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷା ଆବେଦନ କରିଥିଲେ।
ଅନୁଭବ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ପାରିବାରିକ ବିବାଦ ଦୀର୍ଘ ଦିନ ଧରି ଚାଲିଛି। ବିଭିନ୍ନ ସମୟରେ ଅନୁଭବ ବର୍ଷାଙ୍କୁ ଟ୍ୟାଗ କରି ଅନେକ କଥା ପୋଷ୍ଟ କରୁଥିବା ବେଳେ ପତିପତ୍ନୀଙ୍କ କଳି ପଦାକୁ ଆସୁଛି।

ad-week
Leave A Reply

Your email address will not be published.