ଡିସେମ୍ବର ପହିଲାରୁ ୧୨ ଦିନିଆ ନ୍ୟାସନାଲ ରୋଡ଼ ସେପ୍ଟି ସର୍ଟ ଫିଲ୍ମ ଫେଷ୍ଟିଭାଲ

add-all

maxresdefault

ଭୁବନେଶ୍ବର: ସଡ଼କ ଦୁର୍ଘଟଣାକୁ ନେଇ ସଚେତନତା କରାଯାଉଥିବା କାର୍ଯ୍ୟକ୍ରମ ଭିତରେ ଦ୍ୱିତୀୟ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ନ୍ୟାସନାଲ ରୋଡ଼ ସେପ୍ଟି ସର୍ଟ ଫିଲ୍ମ ଫେଷ୍ଟିଭାଲ। ଡ଼ିସେମ୍ବର ୧ ତାରିଖ ଠାରୁ ଏହା ଆରମ୍ଭ ବେ। ଦୀର୍ଘ ୧୨ ଦିନ ଏହି କାର୍ଯ୍ୟକ୍ରମ ଚାଲିଲା ପରେ ଡିସେମ୍ବର ୧୨ ତାରିଖରେ ଉଦ୍‌ଯାପନ ହେବ। ଚଳିତବର୍ଷ ବ୍ରହ୍ମପୁର, ସମ୍ବଲପୁର, ଅନୁଗୁଳ ଓ ଭୁବନେଶ୍ୱରରେ ଆୟୋଜିତ ହେବ।
ନଭେମ୍ବର ୧୭ ତାରିଖ ଠାରୁ ଏହାର ପ୍ରବେଶ ପାଇଁ ଶେଷ ତାରିଖ ରହିଛି। ଉଭୟ ଓଡ଼ିଆ ଓ ଅଣଓଡ଼ିଆ ଭାଷାରେ ସର୍ଟ ଫିଲ୍ମ କରି ଫିଲ୍ମ ଫେଷ୍ଟିଭାଲରେ ପ୍ରବେଶ କରିପାରିବେ। ୧୬ ଜଣ ଜୁରି ମେମ୍ବର ସବୁ ସର୍ଟ ଫିଲ୍ମକୁ ଜଜ କରିବେ। ବେଷ୍ଟ ଫିଲ୍ମକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଅନ୍ୟାନ କ୍ୟାଟେଗୋରିରେ ମଧ୍ୟ ଅର୍ଥ ରାଶି ବିଭାଗ ପକ୍ଷରୁ ପୁରସ୍କାର ରୂପେ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ସଚିବ ଅମିତାଭ ଠାକୁର ଓ ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି।

ad-week
Leave A Reply

Your email address will not be published.