ବିଜୁଳି ଦର ବୃଦ୍ଧି ପାଇଁ ଅଦାନୀ ଗ୍ରୁପ ଦାୟୀ : ରାହୁଲ ଗାନ୍ଧି

add-all

raad

ପୁଣି ଥରେ ଆଦାନୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଦାନୀ ଗ୍ରୁପ ୨୦ ହଜାର ନୁହେଁ ୩୨ ହଜାର କୋଟି ଟଙ୍କାର ଦୁର୍ନୀତି କରିଥିବା ରାହୁଲ ଗାନ୍ଧି ବଡ଼ ଅଭିଯୋଗ ଆଣିଛନ୍ତି। ଆଉ ବିଦ୍ୟୁତ ଦର ବୃଦ୍ଧି ପଛରେ ଆଦାନୀର ହାତ ଥିବା କହି ସେ ମୋଦି ସରକାରଙ୍କୁ ଘେରିଛନ୍ତି।

କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ ଏକ ପ୍ରେସ କନ୍‌ଫ୍ରେନ୍ସରେ ଆଦାନୀ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ରାହୁଲ। ଆଦାନୀ ଗ୍ରୁପ୍ ୨୦ହଜାର କୋଟି ନୁହେଁ ବରଂ ୩୨ ହଜାର କୋଟିର ହେରଫେର କରିଛି। ଖାଲି ସେତିକି ନୁହେଁ ବିଦ୍ୟୁତ ମହଙ୍ଗା ହେବା ପଛରେ ବି ଆଦାନୀ ଥିବା କହିଛନ୍ତି ଓ୍ୱାଇନାଡ ସାଂସଦ।

ଆଦାନୀ ଏବଂ କୋଇଲାର ରହସ୍ୟମୟ ମୂଲ୍ୟ ସମ୍ପର୍କିତ ରିପୋର୍ଟକୁ ଉଲ୍ଲେଖ କରି ରାହୁଲ କହିଛନ୍ତି, ଆଦାନୀ ଜୀ, ଇଣ୍ଡୋନେସିଆରୁ କୋଇଲା କିଣି ଏହାକୁ ଭାରତରେ ଦୁଇ ଗୁଣା ଦାମ୍‌ରେ ବିକ୍ରି କରିଛନ୍ତି। ଏହି ଫଣ୍ଡା ଆପଣାଇ ଆଦାନୀ ଭାରତୀୟ ଜନତାଙ୍କ ପକେଟ୍‌ରୁ ୧୨ ହଜାର କୋଟି ଟଙ୍କା ଲୁଟ୍‌ କରିଛି। ଏହି ଭଳି ସେ ମୋଟ ୩୨ ହଜାର କୋଟି ଟଙ୍କାର ଦୁର୍ନୀତି କରିଛନ୍ତି। କୋଇଲା ମୂଲ୍ୟରେ ହେର୍‌ଫେର୍‌ କରି ବିଦ୍ୟୁତ୍ ମୂଲ୍ୟ ବୃଦ୍ଧି କରାଯାଇ ଜନସାଧାରଣଙ୍କ ପକେଟରୁ ଟଙ୍କା କାଢ଼ି ନେଇଯାଇଛି। ଅଦାନୀ ଗରିବ ଲୋକଙ୍କ ଟଙ୍କା ଲୁଟୁଛି ବୋଲି ରାହୁଲ ବଡ଼ ଅଭିଯୋଗ ଆଣିଛନ୍ତି। ଏହା ସେ କହୁ ନାହାନ୍ତି, ଲଣ୍ଡନ ଫାଇନାନ୍ସିଆଲ୍‌ ଟାଇମ୍ସ ପତ୍ରିକାରେ ଏହି ଖବର ପ୍ରକାଶିତ ପାଇଥିବା ନେଇ ରାହୁଲ ପ୍ରମାଣ ମଧ୍ୟ ଦେଇଛନ୍ତି।

କଂଗ୍ରେସ ସାଂସଦ ଆହୁରି କହିଛନ୍ତି, ‘କର୍ଣ୍ଣାଟକରେ ବିଦ୍ୟୁତ ସବସିଡି ଦିଆଯାଇଛି, ମଧ୍ୟପ୍ରଦେଶରେ ସବସିଡି ପାଇଁ ପ୍ରସ୍ତୁତି ଚାଲିଛି। ବିଦ୍ୟୁତ୍ ବିଲ୍ ଦିନକୁ ଦିନ ବୃଦ୍ଧି ପାଉଛି। ଏଥିରୁ ଆଦାନୀ ଜୀ ୧୨ ହଜାର କୋଟି ଟଙ୍କା ଲୁଟ୍‌ କରିଛନ୍ତି। ଏହା ମୁଁ ନୁହେଁ, ଲଣ୍ଡନର ଫାଇନାନ୍ସିଆଲ୍ ଟାଇମ୍ସରେ ପ୍ରକାଶିତ ରିପୋର୍ଟ କହୁଛି ବୋଲି ରାହୁଲ ଗାନ୍ଧି କହିଛନ୍ତି। ଆଦାନୀ ନିଜର ପକେଟ୍ ଗରମ କରିବା ପାଇଁ ଯେଉଁ ସବୁ ଦୁର୍ନୀତି କରିଛନ୍ତି ତାହା କେନ୍ଦ୍ର ସରକାରଙ୍କ ଜାଣତରେ ହୋଇଥିବା ରାହୁଲ ଅଭିଯୋଗ ଆଣିଛନ୍ତି। ଅନ୍ୟ ଦେଶରେ ଏହାକୁ ନେଇ ତଦନ୍ତ ଚାଲିଥିବା ବେଳେ କିନ୍ତୁ ଭାରତରେ କିଛି ହେଉନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ।

ad-week
Leave A Reply

Your email address will not be published.