ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ୧୨ ପ୍ରାର୍ଥୀଙ୍କ ତାଲିକା

add-all

bjp

ଆଇଜଲ: ପାଖେଇ ଆସୁଛି ନିର୍ବାଚନ ତାରିଖ। ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ବୁଧବାର ବିଜେପି ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଏହାର କିଛି ସମୟ ପରେ ଦଳ ଛଅଟି ଆସନ ପାଇଁ ଦ୍ୱିତୀୟ ତାଲିକା ମଧ୍ୟ ପ୍ରକାଶ କରିଛି। ମିଜୋରାମର ସମସ୍ତ ୪୦ଟି ବିଧାନସଭା ଆସନ ପାଇଁ ନଭେମ୍ବର ୭ରେ ଅନୁଷ୍ଠିତ ହେବ ଭୋଟ। ଏହାର ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇବ।

ବିଜେପି ଦ୍ୱାରା ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରେ ଆର ଲାଲବିଆକ୍ତଲୁଆଙ୍ଗୀଙ୍କୁ ପଶ୍ଚିମ ଲୁଙ୍ଗଇ ଆସନରୁ ଟିକେଟ ଦିଆଯାଇଛି। ଥୋରଙ୍ଗରୁ ଶାନ୍ତି ବିକାଶ ଚକମା, ହାଚେକରୁ ମଲସଲତଲୁଅଙ୍ଗା ଏବଂ ଡମ୍ପା ଆସନରୁ ଭନଲାଲମୁଆକାଙ୍କୁ ଟିକେଟ ଦିଆଯାଇଛି। ସୂଚନା ଥାଉକି ସୋମବାର ବିଜେପିର ବିରୋଧୀ ଦଳ କଂଗ୍ରେସ ମୋଟ ୪୦ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। ମିଜୋରାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ପ୍ରଥମେ ଦଳ ଦ୍ୱାରା ୩୯ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା ଏବଂ ପରେ ବିଳମ୍ବିତ ରାତିରେ ଅବଶିଷ୍ଟ ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଯେଉଁ ଦିନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମିଜୋରାମ ଗସ୍ତରେ ଥିଲେ ସେହି ଦିନ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଥିଲା। ଛତିଶଗଡର ପଣ୍ଡରିଆ ନିର୍ବାଚନମଣ୍ଡଳୀରୁ ଭବନ ବୋହରାଙ୍କୁ ବିଜେପି ଟିକେଟ ଦେଇଛି। ଛତିଶଗଡରେ ବିଧାନସଭା ନିର୍ବାଚନ ନଭେମ୍ବର ୭ ଏବଂ ନଭେମ୍ବର ୧୭ ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଦଳର ସଭାପତି ଜେପି ନାଡ୍ଡାଙ୍କୁ ନେଇ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମିଜୋରାମ ଏବଂ ଛତିଶଗଡରେ ପ୍ରାର୍ଥୀଙ୍କ ନାମକୁ ଅନୁମୋଦନ କରିଛି।

ad-week
Leave A Reply

Your email address will not be published.