ଓଡ଼ିଆ ଝିଅ ସଂଧ୍ୟା ଦଳେଇ ହେଲେ ମିସେସ୍‌ ଏସିଆ ୱାର୍ଲଡ-୨୦୨୩…

add-all

,i

ରାୟଗଡ଼ା: ରାୟଗଡାର ଝିଅ ଡ.ସଂଧ୍ୟା ଦଳେଇ ଥାଇଲାଣ୍ଡର ବ୍ୟାଙ୍ଗକକ୍‌ରେ ଅନୁଷ୍ଠିତ ମିସେସ ଏସିଆ ୱାର୍ଲଡ-୨୦୨୩ ପ୍ରତିଯୋଗିତାରେ ବିଜୟିନୀ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁମ୍ବାଇ ଗ୍ଲୋବାଲ ଇଣ୍ଟରନେସନାଲ ବ୍ୟୁଟି ପେଜିଏଣ୍ଟ ତରଫରୁ ଆୟୋଜନ କରାଯାଇଥିଲା। ଡ.ସଂଧ୍ୟା ଦିଲ୍ଲୀରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ସାମିଲ ହୋଇ ଭାରତରୁ ୬ ଜଣଙ୍କ ମଧ୍ୟରୁ ଜଣେ ସାମିଲ ହୋଇଥିଲେ। ଗତ ୧୨ ତାରିଖରେ ବ୍ୟାଙ୍ଗକକ୍‌ ଠାରେ ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୩୦ଟି ଦେଶରୁ ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। କଡ଼ା ପ୍ରତିଯୋଗିତାରେ ରାୟଗଡାର ସଂଧ୍ୟା ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲକୁ ହାସଲ କରିଥିଲେ।

ପ୍ରକାଶ ଥାଉକି ସେ ୨୦୨୦ରେ ମିସେସ ଇଣ୍ଡିଆ ମଧ୍ୟ ରହିଛନ୍ତି। ସେହି ବର୍ଷ ହିଁ ମିସେସ ଇଣ୍ଡିଆ ୟୁନିଭର୍ସ କ୍ବାରାଣ୍ଟାଇନ କ୍ବିନ-୨୦୨୦ ଟାଇଟଲ ମଧ୍ୟ ହାସଲ କରିଛନ୍ତି।ଏଥିସହ ବହୁ ସ୍ଥାନରେ ସେ ବିଜୟୀ ହେବା ସହ ବହୁ ବ୍ରାଣ୍ଡର ଆମ୍ବାସାଡାର ରହିଛନ୍ତି। ଏହି ବିଜୟୀ ପଛରେ ରାୟଗଡାର ମହାବୀର ଜିମ ଏବଂ ମିଥୁନ ଦଳେଇଙ୍କୁ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.