
ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ବିଦ୍ୟାଳୟ ମହାବିଦ୍ୟାଳୟ , ସରକାରୀ ସ୍ୱୀକୃତ ପ୍ରାପ୍ତ ବିଦ୍ୟାଳୟ ମାନଙ୍କରୁ ପ୍ରତିଯୋଗୀ ଆସି ବ୍ଲକ ସ୍ତରୀୟ କଳା ଉତ୍ସବର ପାରମ୍ପରିକ ରାଗ ଆଧାରିତ କଣ୍ଠ ସଙ୍ଗୀତ , ଲୋକଗୀତ,ବାଦ୍ୟ ଓ ସ୍ୱର ଯନ୍ତ୍ର , ଲୋକ ନୃତ୍ୟ ଓ ନାଚ, ଦ୍ଵି ମାତ୍ରିକଓ ତ୍ରୀ ମାତ୍ରିକ ଦୃଶ୍ୟଚିତ୍ର ଚିତ୍ରାଙ୍କନ, ଆଞ୍ଚଳିକ କଣ୍ଢେଇ ପ୍ରସ୍ତୁତ କୌଶଳ ଓ ଗ୍ରାମୀଣ କ୍ରୀଡା ସହିତ ଡ୍ରାମା ପ୍ରତିଯୋଗିତାରେ ନବମରୁ ଦ୍ଵାଦଶ ପିଲାଏ ଅଂଶ ଗ୍ରହଣ କରିଥିଲେ। ତତ୍ ସହିତ ବ୍ଲକସ୍ତରୀୟ ସୁରଭି ୨୦୨୩ ଅତିଥିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏହାର ଉଦ୍ଘାଟନ ପର୍ବରେ ମୁଖ୍ୟଅତିଥି ଚିକିଟୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ଆପନ୍ନା ସେଠୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ, ଅତିରିକ୍ତ ତହସିଲଦାର ସୁଶ୍ରୀ ଶାଶ୍ୱତୀ ଷଡ଼ଙ୍ଗୀ, ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା, ସହଶିକ୍ଷାଧିକାରୀ ସମସ୍ତେ ଉପସ୍ଥିତ ଥିଲେ। ଏଥିରେ ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରୁ ଚୟନ ହୋଇ ଆସିଥିବା ପ୍ରଥମ ସ୍ଥାନୀୟ ପ୍ରତିଯୋଗୀମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଏହା ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ଅପରାହଣ ଠିକ୍ ୪.୩୦ ରେ ସରିଥିଲା। କାର୍ଯ୍ୟକ୍ରମକୁ ବିଇଓ ବସନ୍ତ କୁମାର ପଣ୍ଡା, ବି ଆର ସି ସି ସି , ଦୁଇ ଏ ବି ଇ ଓ ନିଗମାନନ୍ଦ ପଣ୍ଡା, ସିମାଞ୍ଚଳ ପଣ୍ଡା,ସମସ୍ତ ସି ଆର ସି ସି, ତ୍ରିଲୋଚନ ପ୍ରଧାନ, ଲିଙ୍ଗରାଜ ପ୍ରଧାନ,ରଞ୍ଜନ କୁମାର ବ୍ରହ୍ମା, ଭବାନୀ ଶଙ୍କର ମହାପାତ୍ର, ସଂହିତା ମହାନ୍ତି, ରାଜକିଶୋର ପଣ୍ଡା, ରମାକାନ୍ତ ବେହେରା, ରମାକାନ୍ତ ସାହୁଙ୍କ ସମେତ କାର୍ଯ୍ୟାଳୟ ତରଫରୁ ନିମନ୍ତ୍ରିତ ଦାୟିତ୍ୱରେ ଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ମଞ୍ଚକୁ ଆଦର୍ଶ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା, ନରେନ୍ଦ୍ର ସାହୁ ଏବଂ ବାଲ୍ମୀକି ସେଠୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ବେଶ୍ ଶୃଙ୍ଖଳିତ ଓପଭୋଗ୍ୟ ଥିଲା। ଏଥିରେ ପ୍ରଥମ ସ୍ଥାନରେ ରହିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଜିଲ୍ଳା ସ୍ତରୀୟ କଳା ଉତ୍ସବ, ସୁରଭି କାର୍ଯ୍ୟକ୍ରମକୁ ପ୍ରେରଣ କରାଯିବ ବୋଲି ବି ଇ ଓ ବସନ୍ତ କୁମାର ପଣ୍ଡା କହିଛନ୍ତି।