ଓପିଟିସିଏଲ ଟେକ୍ ଟାୱାରର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

add-all

optcl

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରସ୍ଥିତ ସହିଦ ନଗରରେ ଓପିଟିସିଏଲ୍ ଟେକ୍ ଟାୱାର (ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିଃ) ଲୋକାର୍ପଣ କରିଛନ୍ତି। ୫୫ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ଟେକ ଟାୱାର। ବହୁ ମହଲା ବିଶିଷ୍ଟ ଏହିଓପିଟିସିଏଲ୍ ଟେକ୍ ଟାୱାର କର୍ପୋରେଟ୍ ଅଫିସ୍ ଭାବରେ କାର୍ଯ୍ୟ କରିବ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ଷେତ୍ରର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ଆଧୁନିକ ସ୍ଥାପତ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ଏହି କୋଠା ନିର୍ମାଣ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡ୍ ଓଡିଶାବାସୀଙ୍କୁ ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇବାରେ ନିୟୋଜିତ ଏବଂ ବିଦ୍ୟୁତ୍ କ୍ଷେତ୍ରର ପ୍ରଗତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

୨୦୦୦ ମସିହାରେ, ରାଜ୍ୟରେ ୧୬ ଲକ୍ଷ ଗ୍ରାହକ ଥିଲେ, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୯୭ ଲକ୍ଷକୁ ବୃଦ୍ଧି ପାଇଛି। ସେହିଭଳି, ସେଠାରେ କେବଳ ଗ୍ରୀଡ୍ ସଂଖ୍ୟା ୮୦ ଥିଲା। ବର୍ତ୍ତମାନ ଏହା ୧୯୪ କୁ ବୃଦ୍ଧି ହୋଇଛି। ଟ୍ରାସଫରମେସନ କ୍ଷମତା ୬,୧୨୫ MVA ରୁ ୨୫,୮୦୦ MVAକୁ ବୃଦ୍ଧ ହୋଇଛି। ଟ୍ରାନ୍ସମିସନ ଲାଇନ ୯୪୦୦ ସର୍କିଟ କିଲୋମିଟରରୁ ୧୬,୩୦୦ ସର୍କିଟ କିମିକୁ ବୃଦ୍ଧି ପାଇଛି। ଓପିଟିସିଏଲ୍ ବିଦ୍ୟୁତ୍ ପରିବହନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛି ଏବଂ ରାଜ୍ୟର ଯୁବକମାନଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି।

ଉଦଘାଟନ ବେଳେ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜା ବିହାରୀ ଧଳ, ଓପିଟିସିଏଲ ସିଏମଡି ସଞ୍ଜୟ କୁମାର ମିଶ୍ର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.