ବିଗ୍‌ବସ ୧୭ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ

Untitled-1-54

ନୂଆଦିଲ୍ଲୀ,୧୯।୧୦: ଆଜିକାଲି ବିଗ୍‌ବସ ସିଜନ ୧୭ ବହୁତ ଉତ୍ସାହର ସହିତ ଚାଲିଛି। କିନ୍ତୁ ନିକଟରେ ଏହି ଶୋ’ ବିଷୟରେ ଏପରି ଖବର ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିପାରେ। ନିକଟରେ ଦିଲ୍ଲୀ ହାଇକୋର୍ଟ ଏହି ଶୋ’ର ଅବୈଧ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ରିପୋର୍ଟ ଅନୁଯାୟୀ ଭିଆକମ ୧୮ ମିଡିଆ ପ୍ରାଇଭେଟ ଲିମିଟେଡ ଦିଲ୍ଲୀ ହାଇକୋର୍ଟରେ ଏକ ପିଟଶନ ଦାଖଲ କରିଛି। ଯେଉଁଥିରେ ଦର୍ଶାଯାଇଛି ଯେ, ଅନେକ ୱେବସାଇଟ ଏହି ଶୋ’କୁ ଅବୈଧ ଭାବରେ ପ୍ରସାରଣ କରୁଥିଲେ। ବର୍ତ୍ତମାନ କୋର୍ଟ ଏହି ଉଲ୍ଲଂଘନକାରୀ ୱେବସାଇଟକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.