ମା ପାଟଖଣ୍ଡାଙ୍କ ପୀଠରେ ଶାରଦୀୟ ନବରାତ୍ର ପୂଜା

add-all

ଦାରିଙ୍ଗବାଡି, ୧୯/୧୦, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମହକୁମା ସ୍ଥିତ ଥାନା ନିକଟରେ ରହିଛି ମା ପାଟଖଣ୍ଡା ମନ୍ଦିର। ମାଙ୍କ ପୀଠରେ ବଡପର୍ବ ହେଉଛି ଦୁର୍ଗା ପୂଜା। ମାଙ୍କ ପାଖରେ ନବ ରାତ୍ର ପୁଜା ଅର୍ଚ୍ଚନା ନୀତି ଅନୁଯାୟୀ ଚାଲି ଥିବା କମିଟିର ସମ୍ପାଦକ ବିରଞ୍ଚି ନାରାୟଣ ସାହୁଙ୍କ ସୂଚନା ଦେଇଛନ୍ତି। ମାଙ୍କ ପୀଠରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ମା ପାଟଖଣ୍ଡା ସମିତି ଦ୍ବାରା ପ୍ରତିବର୍ଷ ନବରାତ୍ର ପୂଜା ଆୟୋଜିତ ହୋଇ ଆସୁଛି। ମା ପାଟଖଣ୍ଡା କମିଟିର ସଭାପତି ରାଜେନ୍ଦ୍ର ସାହୁ , ସମ୍ପାଦକ ବିରଞ୍ଚି ନାରାୟଣ ସାହୁ, ସଦସ୍ୟ ସିଲୁ ସାହୁ, ସାଲୁ ଗଉଡ, ପତିତପାବନ ରାଉତ, ଅକ୍ଷୟ କୁମାର ସାହୁ, ପ୍ରମୋଦ ସାହୁ ପ୍ରମୁଖ ପ୍ରତି ବର୍ଷ ଭଳି ଏହି ବର୍ଷବି ବହୁ ଆଡମ୍ବର ସହକାରେ ଦାରଙ୍ଗବାଡ଼ିର ସମସ୍ତ ଜନସାଧାରଣଙ୍କ ସହଯୋଗରେ ମାଙ୍କ ପର୍ବ ବହୁ ଧୁମ ଧାମରେ ପାଳନ କରାଯିବାର ସୂଚନା ରହିଚି।

ad-week
Leave A Reply

Your email address will not be published.