ଘରୋଇ ବସ୍ ମାଲିକ ସଂଘ ସାଧାରଣ ସଂପାଦକ…

add-all

der

ଭୁବନେଶ୍ବର: ଆଜି ଘରୋଇ ବସ୍ ଧର୍ମଘଟ ଜାରି ରହିଥିବା ବେଳେ କେତେକ ସ୍ଥାନରେ ବସ୍ ଚଳାଚଳ କରୁଥିବାର ଖବର ସାମ୍ନାକୁ ଆସିଛି । ବାଲେଶ୍ବର ଜିଲ୍ଲାରେ କିନ୍ତୁ ବସ୍ ଧର୍ମଘଟର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି । ବାଲେଶ୍ୱରରେ ଗୋଟିଏ ସଂଘ ରାଜ୍ୟ ଘରୋଇ ବସ ମାଲିକ ସଂଘର ଧର୍ମଘଟ ଡାକରାକୁ ସମର୍ଥନ କରିଥିବା ବେଳେ ଆଉ ଏକ ସଂଘ ରାଜ୍ୟ ନିଷ୍ପତ୍ତିକୁ ବିରୋଧ କରି ତା’ର ସେବା ଚାଲୁ ରଖିଛି । ସେହିପରି ଗଞ୍ଜାମରେ ବି ଗୋଟିଏ ସଂଘ ଏଥିରୁ ଓହରିଯାଇଛି। ଏହାଫଳରେ ଘରୋଇ ବସ୍ ମାଲିକ ସଂଘ ଭିତରେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି।

କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ। ସେ କହିଛନ୍ତି ସଂଘ ଭିତରେ କୌଣସି ଫାଟ ନାହିଁ ।  ରାଜ୍ୟରେ ୧୪ ହଜାରରୁ ଅଧିକ ଘରୋଇ ବସ୍ ରହିଛି । କିଛି ସ୍ଥାନରେ କାଁ ଭାଁ ଘରୋଇ ବସ୍ ଚାଲିଛି । ତାହା ବନ୍ଦ ହୋଇଯିବ  । ପେଟପାଟଣା କଥା , ତେଣୁ ସେମାନଙ୍କ ସହ କଥାବର୍ତ୍ତା ଚାଲିଛି । ଯାତ୍ରୀ ହନ୍ତସନ୍ତ ନେଇ ପୁଣି ଥରେ କ୍ଷମା ମାଗିଛି ମାଲିକ ସଂଘ। ସରକାର ଯେତେ ଶୀଘ୍ର ଆମ କଥା ଶୁଣିବେ , ଆମେ ଆନ୍ଦୋଳନରୁ ହଟିବୁ । ସରକାର ୫୦ ପ୍ରତିଶତ ଆଗେଇଲେ ଆମେ ମଧ୍ୟ ୫୦ ପ୍ରତିଶତ ଆଗେଇବୁ । ଆଲୋଚନାରେ ସବୁ କିଛି ସମ୍ଭବ ବୋଲି କହିଛନ୍ତି ସମ୍ପାଦକ ଦେବେନ୍ଦ୍ର ସାହୁ  ।

ad-week
Leave A Reply

Your email address will not be published.