ଗିରଫ ସଞ୍ଜୟ ସିଂହ ହାଇକୋର୍ଟରେ ନିରାଶ

add-all

sanj

ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ ମିଳିଲାନି ଆଶ୍ୱସ୍ତି। ଏହି ଘଟଣାରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରି ଶ୍ରୀ ସିଂହଙ୍କୁ ଗିରଫ କରିଥିଲେ। ଏହାକୁ ସେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

ଅକ୍ଟୋବର ୪ରେ ଇଡି ସଞ୍ଜୟ ସିଂହଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରିଥିଲା। ଏହାପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିଲା। ଏହାକୁ ଗତ ସପ୍ତାହ ଠାରୁ ସଞ୍ଜୟ ସିଂହ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଆଜି ତାଙ୍କ ଆବେଦନକୁ ଖାରଜ କରି ଜଷ୍ଟିସ ସ୍ୱର୍ଣ୍ଣା କାନ୍ତା ଶର୍ମା କହିଛନ୍ତି, “ଆଶ୍ୱସ୍ତି ପ୍ରଦାନ କରିବା ପାଇଁ କୌଣସି ପ୍ରକାରର କାରଣ ନାହିଁ।”

ସିବିଆଇ ଓ ଇଡିର କହିବା କଥା ଯେ ୨୦୨୧-୨୨ରେ ଦିଲ୍ଲୀ ଅବକାରୀ ନୀତିକୁ ଲାଗୁ କରିବା ବେଳେ ବ୍ୟାପକ ଅନିୟମିତତା ହୋଇଛି। ମଦ ବ୍ୟବସାୟୀଙ୍କୁ ଫାଇଦା ଦେବା ପାଇଁ ଅବକାରୀ ନୀତିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଦୁଇ ତଦନ୍ତକାରୀ ସଂସ୍ଥା ଅଭିଯୋଗ କରିଛନ୍ତି।

ଏହି ତଥାକଥିତ ଘୋଟାଲାରେ ଶ୍ରୀ ସିଂହ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଥିସହ ସେ ମଧ୍ୟ ଆର୍ଥିକ ସ୍ତରରେ ଲାଭବାନ ହୋଇଥିବା କୁହାଯାଉଛି। ଏଥିପାଇଁ ଇଡି ତାଙ୍କୁ ଗିରଫ କରିଛି।

ସଞ୍ଜୟ ସିଂହଙ୍କ ପୂର୍ବରୁ ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ମଧ୍ୟ ଇଡି ଗିରଫ କରିଥିଲେ। ଏବେ ସେ ସଞ୍ଜୟ ସିଂହଙ୍କ ଭଳି ଜେଲରେ ରହିଛନ୍ତି।

ad-week
Leave A Reply

Your email address will not be published.