ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନର ବୈଠକ…

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡିଶାଙ୍କ ନିର୍ଦେଶ କ୍ରମେ ଉପଖଣ୍ଡର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ- ୨୦୨୪ ଅଭିଯାନରେ ଦ୍ବିତୀୟ ରାଜନୈତିକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଅଧ୍ଯକ୍ଷତା କରି ଦଳୀୟ ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କର ତାଲିକା ପ୍ରଦାନ ନିମନ୍ତେ ସୂଚନା ଦେବା ସହିତ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କିମ୍ବା ନାମ ସଂଶୋଧନର ବିଭିନ୍ନ ଉପାୟ ଯଥା- ଅନଲାଇନ ନିର୍ବାଚନ ଆୟୋଗ ୱେବସାଇଟ, ମୋବାଇଲ ଏନରୋଏଡ଼ Voter Helpline ଆପ୍ଲିକେଶନ ଦ୍ବାରା କିମ୍ବା ନିକଟସ୍ତ ବୁଥ୍ ସ୍ତରୀୟ ଅଫିସର(ବି.ଏଲ.ଓ.)ଙ୍କ ବିଷୟରେ ସୂଚନା ପ୍ରଦାନ କରିଥିଲେ ଏବଂ ସହକାରୀ ଜିଲ୍ଲାପାଳ ରୂପକ ତୁଜୁର ନକଲି ଭୋଟରଙ୍କ ନାମ କାଟିବା ପ୍ରକ୍ରିୟା, ଭୋଟରଙ୍କ ସୁବିଧା ନିମନ୍ତେ ନିକଟସ୍ଥ ବୁଥ୍ ଚୟନ ସହ ଏହାର ସ୍ଥାନାନ୍ତରୀକରଣ ପ୍ରକ୍ରିୟା ଏବଂ ଇ-ଭୋଟ ପରିଚୟ ପତ୍ର ଡାଉନଲୋଡ଼ ପ୍ରକ୍ରିୟା ବିଷୟରେ ସମସ୍ତଙ୍କୁ ଅବଗତ କରିଥିବା ବେଳେ ସହକାରୀ ଜିଲ୍ଲାପାଳ ହରିଶ ଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ । ପରିଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ଚଳିତ ମାସ ୨୮ ତାରିଖ ଦିନ ବାଲିଗୁଡାରେ ହେବାକୁ ଥ‌ିବା ‘ପଥ ଉତ୍ସବ ଏବଂ ୱାକାଥନ୍ ‘ ଶୀର୍ଷକ ଭୋଟର ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ବିଭିନ୍ନ ପ୍ରଦର୍ଶନୀ ବିଷୟରେ ସୂଚନା ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.