ତେଲେଙ୍ଗାନା ଗଠନରେ ସହଯୋଗ କରିଥିଲେ ସୋନିଆ, କାଉଣ୍ଟର କଲା ବିଆରଏସ୍‌….

add-all

IMAGE_1697813015

ହାଇଦ୍ରାବାଦ : ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ତେଲେଙ୍ଗାନାରେ ଆଜି ଜୋରଦାର ପ୍ରଚାର କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସ୍ୱତନ୍ତ୍ର ତେଲେଙ୍ଗାନା ପ୍ରଦେଶ ଗଠନରେ ସୋନିଆ ଗାନ୍ଧି ସହଯୋଗ କରିଥିଲେ ବୋଲି ରାହୁଲ ଗାନ୍ଧି କହିଛନ୍ତି।
ଗୋଟିଏ ରାଲିରେ ରାହୁଲ କହିଛନ୍ତି, “ଯଦି ସୋନିଆ ଗାନ୍ଧି ସହଯୋଗ କରି ନଥାଆନ୍ତେ, ତା’ହେଲେ ସେତେବେଳେ ସ୍ୱତନ୍ତ୍ର ତେଲେଙ୍ଗାନା ପ୍ରଦେଶ ଗଠନ ହୋଇ ପାରି ନଥାଆନ୍ତା।
ସୋନିଆଜୀ ଆପଣମାନଙ୍କୁ ତେଲେଙ୍ଗାନା ରାଜ୍ୟ ଗଠନରେ ସହଯୋଗ କରିଛନ୍ତି। କିନ୍ତୁ ସୋନିଆଜୀ ଜାଗିରଦାରୀ ତେଲେଙ୍ଗାନା ଚାହୁଁ ନଥିଲେ, ସେ ଲୋକଙ୍କ ଦ୍ୱାରା ଶାସିତ ତେଲେଙ୍ଗାନା ଚାହୁଁଥିଲେ।”
ତେବେ ରାହୁଲ ଗାନ୍ଧିଙ୍କ ଏପରି ବୟାନକୁ ତେଲେଙ୍ଗାନାର କ୍ଷମତାସୀନ ଭାରତ ରାଷ୍ଟ୍ର ସମିତି ଟାର୍ଗେଟ କରିଛି। ବିଆରଏସ୍‌ ନେତ୍ରୀ କେ କବିତା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ମୁଁ ତାଙ୍କ(ରାହୁଲ ଗାନ୍ଧି)ଙ୍କ ବୟାନ ସହ ପୂରା ଏକମତ। ତେଲେଙ୍ଗାନା ସହ ତାଙ୍କର ପାରିବାରିକ ସମ୍ପର୍କ ରହିଛି।
ଜବାହର ଲାଲ ନେହରୁ ବଳପୂର୍ବକ ଆମକୁ ଆନ୍ଧ୍ରପ୍ରଦେଶ ସହ ମିଶାଇ ଦେଇଥିଲେ। ଆମର ସବୁ ଆଶାକୁ ମାରି ଦେଇଥିଲେ। ୧୯୬୯ ମସିହାରେ ଆମେ ଯେତେବେଳେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କରିଥିଲୁ ସେତେବେଳେ ଇନ୍ଦିରା ଗାନ୍ଧି ଗୁଳି କରି ୩୬୯ ଜଣ ଯୁବକଙ୍କୁ ମାରିଥିଲେ।
ରାଜୀବ ଗାନ୍ଧି ଆମ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥିଲେ। ସେ ଓବିସି ସଂପ୍ରଦାୟର ଥିଲେ। ଗତ ୧୦ ବର୍ଷ ମଧ୍ୟରେ ରାହୁଲ ଗାନ୍ଧି କେବେ ହେଲେ ତେଲେଙ୍ଗାନା ସମର୍ଥନରେ କିଛି ବି କହି ନାହାନ୍ତି।
ସେ କେବେ ହେଲେ ଆମ ସହ ଛିଡ଼ା ହୋଇ ନାହାନ୍ତି। ହଁ, ତେଲେଙ୍ଗାନାକୁ ତଳିତଳାନ୍ତ କରିବାରେ ଆପଣଙ୍କ ପରିବାରର ଅବଦାନ ରହିଛି। ତେଲେଙ୍ଗାନାର ଲୋକମାନେ ନିର୍ବାଚନରେ ଆପଣଙ୍କୁ ଉଚିତ ଜବାବ ଦେବେ।”

ad-week
Leave A Reply

Your email address will not be published.