ଅଫିସ ନ ଆସିଲେ ଯିବ ଚାକିରି..! କର୍ମଚାରୀଙ୍କୁ ଚେତାବନୀ ଦେଲା ଆମାଜନ

add-all

Amazon-return-to-office

ଓ୍ବାଶିଂଟନ,୨୧।୧୦: ବିଶ୍ୱର ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନ ଏହାର ୱାର୍କ ର୍ଫମ ଅଫିସ ପଲିସି ସମ୍ବନ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। କମ୍ପାନୀ ନିକଟ ଅତୀତରେ କହିଛି ଯେ ମ୍ୟାନେଜରମାନେ ସେହି କର୍ମଚାରୀଙ୍କୁ ବରଖାସ୍ତ କରିବା ଉଚିତ ଯେଉଁମାନେ ଅଫିସକୁ ଫେରିବା ଆଦେଶ ପାଳନ କରୁନାହାଁନ୍ତି। ଆମାଜନ ରିଟର୍ନ-ଟୁ-ଅଫିସ ନୀତି କାର୍ଯ୍ୟକାରୀ କରିବା ଆରମ୍ଭ କରିଛି। ଏଭଳି ପରିସ୍ଥିତିରେ କମ୍ପାନୀ ଏହି ନୀତି ଅନୁସରଣ କରୁ ନ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

ସୂଚନାଯୋଗ୍ୟ, ଆମାଜନର ରିଟର୍ନ ଟୁ ଅଫିସ ପଲିସି (ଆମାଜନ ରିଟର୍ନ ଅଫିସ ନିୟମ) ଅନୁଯାୟୀ, ବର୍ତ୍ତମାନ ସମସ୍ତ କର୍ମଚାରୀ ସପ୍ତାହରେ ଅତି କମରେ ତିନି ଦିନ ଅଫିସକୁ ଆସିବା ବାଧ୍ୟତାମୂଳକ ହୋଇଛି। ଯଦି ଜଣେ କର୍ମଚାରୀ ଏହି ନିୟମ ପାଳନ କରନ୍ତି ନାହିଁ, ତେବେ କମ୍ପାନୀ ମ୍ୟାନେଜର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। କମ୍ପାନୀ ଆଭ୍ୟନ୍ତରୀଣ ପୋର୍ଟାଲରେ ଥିବା କର୍ମଚାରୀମାନଙ୍କୁ ମଧ୍ୟ ଏଥିପାଇଁ ସୂଚନା ଦେଇଛି।

ad-week
Leave A Reply

Your email address will not be published.