ୟେମେନରୁ ଇସ୍ରାଏଲ ଉପରେ ଆକ୍ରମଣ ପଣ୍ଡ: କ୍ଷେପଣାସ୍ତ୍ର, ଡ୍ରୋନ୍‌ ଖସାଇଲା ଆମେରିକା…

add-all

sfhfhfhfhs-1-750x430

ନୂଆଦିଲ୍ଲୀ: ୟେମେନରୁ ଇସ୍ରାଏଲ ଉପରକୁ ଛଡ଼ାଯାଇଥିବା ୩ଟି କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍‌କୁ ଆମେରିକା ନୌସେନାର ଯୁଦ୍ଧ ଜାହାଜ ଖସାଇ ଦେଇଛି। ଉତ୍ତର ଲୋହିତ ସାଗରରେ ଆମେରିକା ନୌସେନାର ଏକ ଯୁଦ୍ଧଜାହାଜ ୟେମେନର ହାଉଥି ବାହିନୀ ଦ୍ବାରା ଛଡ଼ାଯାଇଥିବା ୩ଟି କ୍ରୁଜ୍‌ ‌କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍‌କୁ ସଫଳତାର ସହ ନଷ୍ଟ କରିଛି। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ଏହି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ୟେମେନରୁ ଲୋହିତ ସାଗର ନିକଟସ୍ଥ ଉତ୍ତରକୁ ଯାଉଥିଲା।
ଇସ୍ରାଏଲକୁ ଟାର୍ଗେଟ୍‌ କରି ବ୍ୟାପକ କ୍ଷୟକ୍ଷତି ଘଟାଇବା ଏହାର ଉଦ୍ଦେଶ୍ୟ ଥିଲା ବୋଲି କେତେକ ବିଶେଷଜ୍ଞ କହିଛନ୍ତି। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଆମ ଯୁଦ୍ଧ ଜାହାଜକୁ ଟ‌ାର୍ଗେଟ୍‌ କରି ଏହି ମିସାଇଲ ଛଡ଼ାଯାଇଛି ବୋଲି ଆମେ ବିଶ୍ବାସ କରୁନାହୁଁ। ଏହି କ୍ଷେପଣା‌ସ୍ତ୍ର ଏବଂ ଡ୍ରୋନ୍‌ ଦ୍ବାରା ବିପଦ ଥିବାରୁ ଏହାକୁ ଖସାଇ ଦିଆଯାଇଛି ବୋଲି ଆମେରିକା ନୌସେନା କହିଛି। ଉଲ୍ଲେଖଯୋଗ୍ୟ, ଇରାନ ସମର୍ଥିତ ହାଉଥି ବିଦ୍ରୋହୀ ଗୋଷ୍ଠୀ ପାଲେଷ୍ଟିନୀୟଙ୍କ ପ୍ରତି ସେମାନଙ୍କ ସମର୍ଥନ ପ୍ରକାଶ କରିଛନ୍ତି ଏବଂ ଇସ୍ରାଏଲ ଉପରେ ବଡ଼ ଆକ୍ରମଣ ଧମକ ଦେଇଛନ୍ତି।

ad-week
Leave A Reply

Your email address will not be published.