ଭୂମିକମ୍ପରେ ଥରିଲା ମିଆଁମାର…

Independence

bhuk

ନେପାଳ ପରେ ଥରିଲା ମିଆଁମାର୍‌।  ଆଜି ସକାଳେ ଏଠି ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି। ସୂଚନା ମୁତାବକ, ଆଜି ସକାଳ ୬ଟା ବେଳେ ମିଆଁମାର୍‌ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳର ମିଆଁମାର ଠାରୁ ୯୦ କିଲୋମିଟର ଗଭୀରରେ ଥିଲା। ତେବେ ଏଥିଯୋଗୁ କୌଣସି କ୍ଷୟକ୍ଷତି ଘଟିନାହିଁ।

ସେହିପରି ମିଜୋରାମରେ ମଧ୍ୟ ବିଳମ୍ବିତ ରାତିରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଥିଲା ଭୂତଳ ଠାରୁ ୨୦ କିଲୋମିଟର ଦୂରରେ ମିଜୋରାମର ରାଜଧାନୀ ଆଇଜାଓ୍ୱଲ ଏହାର କେନ୍ଦ୍ର ସ୍ଥଳ ଥିବଲା ବୋଲି କୁହାଯାଇଛି।

ସେହିଭଳି ଗତ ରବିବାର ବିଳମ୍ବିତ ରତିରେ ଜମ୍ମୁ-କଶ୍ମରରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ପ୍ରାୟ ୧୦ଟା ୫୬ରେ ଜମ୍ମୁ କଶ୍ମୀରର କିସ୍ତଓ୍ୱାଡ ଜିଲ୍ଲାରେ ଏହି ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିବା ରେକର୍ଡ କରାଯାଛି। ସେପଟେ ରବିବାର ସକାଳ ନେପାଳରେ ମଧ୍ୟ ଭୟଙ୍କୀ ଭୁମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିବା କରେର୍ଡ କରାଯାଇଛି। ଭୂକମ୍ପ ଯୋଗୁ ୨୦ଟି ଘର ନଷ୍ଟ ହୋଇଯାଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.