ଜଙ୍ଗଲରେ ଅସୁସ୍ଥ ହାତୀ ଶାବକର ମୃତ୍ୟୁ…

add-all

ele

ବାଂଶପାଳ ବ୍ଲକ ବିଜେପି ରେଞ୍ଜ ଭେଜିଡିହୀ ଗାଁ ନିକଟସ୍ଥ ଜଙ୍ଗଲରେ ଏକ ଅସୁସ୍ଥ ଦନ୍ତା ହାତୀ ଶାବକର ମୃତ ଦେହକୁ ଉଦ୍ଧାର କରିଛି ବନ ବିଭାଗ। ଅସୁସ୍ଥ ଦନ୍ତା ହାତୀ ଶାବକକୁ ୱାଇଲ୍ଡ ଲାଇଫର ଡାକ୍ତର ବ୍ରଜ ରାଜ ଯାଦବଙ୍କ ସହିତ ଏକ ୨ ଜଣିଆ ଟିମ ଓ ବାଂଶପାଳ ଗୋଷ୍ଠି ପ୍ରାଣୀ ଚିକିତ୍ସକମାନେ ଚିକିତ୍ସା କରୁଥିଲେ।

ଗତକାଲି ରାତିରେ ନୟାକୋଟ ବିଟ୍ ର ଭେଜିଡିହୀ ଅଞ୍ଚଳରେ ଘୁରି ବୁଲୁଥିବା ୧୨ ଟିକିଆ ହାତୀ ପଲରେ ଥିବା ଏହି ଶାବକଟି ଅସୁସ୍ଥ ହୋଇ ଜଙ୍ଗଲରେ ପଡ଼ି ରହିଥିଲା। ତେବେ ଗୋଠରେ ଥିବା ୧୧ ଟିକିଆ ହାତୀ ପଲ ନିକଟସ୍ଥ ଜଙ୍ଗଲରେ ଏବେ ଘୁରିବୁଲୁଥିବା ଜଣାପଡ଼ିଛି।

ହାତୀ ଶାବକଟିର ବୟସ ପାଖାପାଖି ଦେଢ଼ ବର୍ଷରୁ ୨ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ଠାରୁ ଏ ସି ଏଫ୍ ଅଶୋକ କୁମାର ଦାସ, ରେଞ୍ଜର ନୟନ କାନ୍ତ ସାହୁ, ବନପାଳ ଜ୍ୟୋତିର୍ମୟୀ ପଟ୍ଟନାୟକ, ରାଜେନ୍ଦ୍ର ପାତ୍ରଙ୍କ ସହିତ ବନ ବିଭାଗ ଟିମ ଉପସ୍ଥିତ ରହି ଶାବକ ଟିକୁ ଉଦ୍ଧାର କରି ଚିକିତ୍ସା ଚଳାଇଥିଲେ ଆଜି ସକାଳେ ଶାବକଟିର ମୃତ୍ୟୁ ଘଟିଛି। ଶାବକଟିର ନମୁନା ସଂଗ୍ରହ କରି ପରୀକ୍ଷା କରିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି।

ad-week
Leave A Reply

Your email address will not be published.