ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ହୃଦ୍‌ଘାତରେ ପ୍ରାଣ ହରାଇଲେ ହରିୟାଣାର ବରିଷ୍ଠ ପୁଲିସ ଅଧିକାରୀ…

add-all

pol

ଚଣ୍ଡିଗଡ଼: ହରିୟାଣା ପୁଲିସର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଯୋଗୀନ୍ଦର ଦେଶୱାଲ ସୋମବାର ଏକ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି। ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହୃଦ୍‌ଘାତ ହୋଇଥିଲା।
ତାଙ୍କୁ ତୁରନ୍ତ କର୍ଣ୍ଣାଲର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଯୋଗୀନ୍ଦର ଦେଶୱାଲ ପାନିପତର ଜିଲ୍ଲା ଜେଲର ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ଅବସ୍ଥାପିତ ଥିଲେ। ସେ କର୍ଣ୍ଣାଲର ନ୍ୟାୟପୁରୀ ଅଞ୍ଚଳରେ ରହୁଥିଲେ।

ତେବେ, ଏହା ପ୍ରଥମ ଘଟଣା ନୁହେଁ; ଯେଉଁଥିରେ ଜିମ୍‌ରେ ବ୍ୟାୟାମ କରୁଥିବା ସମୟରେ ବିଶେଷ କରି ହୃଦ୍‌ଘାତରେ କାହାର ମୃତ୍ୟୁ ଘଟିଛି। ଗତ ସେପ୍ଟେମ୍ବର ମାସରେ ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ବ୍ୟକ୍ତି ଜିମରେ ଟ୍ରେଡମିଲରେ ଦୌଡିବା ବେଳେ ଖସି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ହୃଦ୍‌ଘାତ ହୋଇଥିବା ସନ୍ଦେହ କରାଯାଉଥିଲା। ଅଗଷ୍ଟ ମାସରେ ମଧ୍ୟ ଇନ୍ଦୋରର ଏକ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ହୃଦଘାତରେ ପ୍ରାଣ ହରାଇଥିଲେ। ବ୍ୟକ୍ତି ଜଣକ ବ୍ୟାୟାମ କରୁଥିବା ବେଳେ ହଠାତ୍‌ ତଳେ ପଡ଼ିଯିବାରୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା।

ad-week
Leave A Reply

Your email address will not be published.