୮ଟି ଦୋକାନରେ କଳାକନା ବୁଲାଇ ଦେଲେ ଚୋର…

add-all

chor

ସୋର:ମହାମାୟାଙ୍କ ପୂଜା ଚାଲିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକକଡ଼ି କରାଯାଇଛି। ଏହି ସମୟରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ୮ଟି ଦୋକାନରେ କଳାକନା ବୁଲାଇ ଦେଲେ ଚୋର। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ଷ୍ଟେସନ ବଜାରରେ।

ଗତକାଲି ରାତିରେ ଦୋକାନୀମାନେ ଦୋକାନ ବନ୍ଦ କରି ଘରକୁ ଫେରିଥିଲେ। ଚୋରମାନେ ବିଳମ୍ବିତ ରାତିରେ ଦୋକାନ ଚାବି ଭାଙ୍ଗି ଦୋକାନ ଭିତରେ ପଶି ଟଙ୍କା ପଇସା ନେଇ ଯାଇଥିଲେ। ଏହାସହ ଦୋକାନରେ ଲାଗିଥିବା ସିସିଟିଭି ମଧ୍ୟ ଭାଙ୍ଗି ଦେଇଥିଲେ। ଆଜି ସକାଳେ ଦୋକାନରେ ତାଲା ଭଙ୍ଗା ଯାଇଥିବା ଦୋକାନୀ ଜାଣିବାକୁ ପାଇଥିଲେ। ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ ଅନ୍ୟ ଦୋକାନରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ଘଟଣାର ତଦନ୍ତ କରୁଛି। ଚୋର ମାନେ ମୁହଁରେ କପଡ଼ା ବାନ୍ଧି ଦୋକାନରେ ପଶିଥିବାସିସିଟିଭିରେ କଏଦ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.