ଭିକାରୀ ଠୁ ବଳିଗଲେ ଭଦ୍ର ଭିକାରୀ..! :ପେଟି ପେଟି ଟଙ୍କା ଧରି ଦଲାଲ ମାନଙ୍କ ଭିଡ଼…!

add-all


ବ୍ରହ୍ମପୁର:୨୩-୧୦ ଗଞ୍ଜାମ ଜିଲ୍ଲାରେ ଏବେ ପରମ୍ପରା ନାମରେ କେତେକ ଥାନା ରେ ଦଶହରା ମାମୁଲି ପାଈଁ ଭିଡ଼ ହେଉଥିବା ଚର୍ଚ୍ଚା ଜୋର ଧରିଛି। ବାଲି ଓ ମଦ ମାଫିଆ ମାନେ ଦଲାଲ ଙ୍କ ସହାୟତା ରେ ଆଦାୟ ହୋଇଥିବା ମାମୁଲି ନେଇ ଥାନା କୁ ଆସୁଥିବା ଯୋଗୁଁ କେତେକ ଥାନା ଚଳଚଞ୍ଚଳ ହୋଇ ଉଠିଥିବା ନେଇ ଚର୍ଚ୍ଚା ହେଉଛି। ବାବୁ ମାନଙ୍କ ବୋଲ ମାନୁ ଥିବା କିଛି ଗୋଦି ମିଡ଼ିଆ ସେଥିରୁ କିଛି ଆଶା କରି ମାମୁଲି ନେବାକୁ ସୁବିଧା ଦେଖି ଯିବା ଆସିବା କରୁଥିବ ଚର୍ଚ୍ଚା ହେଉଛି ଏବଂ ମାଫିଆ ମାନଙ୍କ ମଧ୍ୟସ୍ଥି ସାଜୁଥିବା ଦେଖିବାକୁ ମିଳୁଛି । ଏହି ଦଶହରା ମାମୁଲି ପରମ୍ପରା କୁ ଢାଲ କରି ମରୀଚିକା ପଛରେ ପଡିଥିବା ଯୋଗୁଁ ଚାହା ଖଟିରେ ଭିକାରୀ ଠୁ ବଳି ଗଲେ ଭଦ୍ର ଭିକାରି ବୋଲି ଚର୍ଚ୍ଚା ହେଉଛି।ଏହି ପରମ୍ପରା ଅଧିକାଂଶ କରି ଯେଉଁ ସରକାରୀ କାର୍ଯ୍ୟାଳୟ ରେ ପିସି କାରବାର କୁ ସମର୍ଥନ କରୁଥିବା ବା ସହଯୋଗ କରୁଥିବା ବ୍ୟକ୍ତି ଙ୍କୁ ବକ୍ସିସ ଦିଯାଉଥିବା ଜଣା ପଡିଛି। ଯାହାର ମନ ବଡ଼ ସେ ଖୋଲାରେ ଟଙ୍କା ଦେଉଥିବ ବେଳେ ଆଉ କେତେ କଞ୍ଜୁସ ବାବୁ ଲଫାଫା ରେ ପୁରେଇ ଦେଉଥିବା ଆଲୋଚନା ହେଉଛି।ଧନ୍ୟ ରେ ଏ ପରମ୍ପରା ଏହିପରି ଦଶହରା ଆସୁ ପରମ୍ପରା ଚାଲିଥାଉ।

ad-week
Leave A Reply

Your email address will not be published.