‘ରାମ’ ରିଲିଜକୁ ନେଇ ବଢୁଛି ବିବାଦ, ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ବ୍ୟାନ…

add-all

man

ଓଡ଼ିଆ ଚଳଚ୍ଚିତ୍ର ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା । ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ । ମନୋଜକୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ନଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ । ସମ୍ବଲପୁରରେ ରାମ ଚଳଚ୍ଚିତ୍ର ନ ଚଲେଇବା ପାଇଁ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି।

ଏହାରି ଭିତରେ ଏବେ ଏଣ୍ଟ୍ରି ହୋଇଛି ସୁପର ଷ୍ଟାର୍ ଅନୁଭବଙ୍କ। ଏହି ବିବାଦରେ ଅନୁଭବ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏହି ଫିଲ୍ମରେ ଅରିନ୍ଦମଙ୍କ ସହ ଅନୁଭବ ମଧ୍ୟ ଅଭିନୟ କରିଛନ୍ତି। ଅନୁଭବ ତାଙ୍କର ଏକ ଭିଡିଓ ବାର୍ତ୍ତାରେ ମନୋଜ ମିଶ୍ରଙ୍କୁ ନିବେଦନ କରିଛନ୍ତି ଓଡ଼ିଆ ସିନେମାକୁ ନେଇ ବିଭେଦ ସୃଷ୍ଟି ନ କରନ୍ତୁ। ଓଡ଼ିଆ ସିନେମାରେ ବହୁ ଲୋକଙ୍କ ତ୍ୟାଗ ଓ ବଳିଦାନ ରହିଛି। ସେଥିରେ ଆଞ୍ଚଳିକତା ନ ରଖିବାକୁ ମଧ୍ୟ ଅନୁଭବ ମନୋଜ ମିଶ୍ରଙ୍କୁ ନିବେଦନ କରିଛନ୍ତି।

ଅନ୍ୟପଟେ ମନୋଜ ମିଶ୍ର କହିଛନ୍ତି ‘ବ୍ୟାନ’ କରାଯିବା ନେଇ ତାଙ୍କ ପାଖକୁ କୌଣସି ଲିଖିତ ଚିଠି ଆସିନାହିଁ । ବ୍ୟାନ ପ୍ରସଙ୍ଗରେ ସେ ଅବଗତ ନାହାନ୍ତି ।’ ଏପରିକି ରାମ ସିନେମାକୁ ବିରୋଧ କରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନୋଜ ।

ସୂଚନାଯୋଗ୍ୟ ଜିତୁ ମଙ୍ଗରାଜ -ମନୋଜ ମିଶ୍ର ବିବାଦ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଅରିନ୍ଦମଙ୍କ ଫିଲ୍ମ ରାମରେ ଅଭିନୟ କରିଛନ୍ତି ଜିତୁ ମଙ୍ଗରାଜ। ଜିତୁଙ୍କ ସହିତ ମନୋଜଙ୍କ ବିବାଦ ରହିଛି । ଆଉ ସେଥିପାଇଁ ମନୋଜଙ୍କ କିଛି ସମର୍ଥକ ସମ୍ବଲପୁରରେ ସିନେମା ହଲ୍ ଆଗରେ ଜିତୁଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ବୋଲି କୁହାଯାଉଛି । ଗତ ୨୦ ତାରିଖରେ ସାରା ଓଡିଶାରେ ରିଲିଜ ହୋଇଥିଲା ଫିଲ୍ମ । ହେଲେ ମନୋଜଙ୍କ ସମର୍ଥକ ସମ୍ବଲପୁରରେ ଶୋ’ ବନ୍ଦ କରିଦେଇଥିଲେ । ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବୁଟର । ଏନେଇ ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଜଣାଇଥିଲେ । ଅଭିଯୋଗ ନେଇ ଗତକାଲି ବସିଥିଲା ଜରୁରୀ ବୈଠକ । ତଥ୍ୟ ପ୍ରମାଣ ମିଳିବା ପରେ ମନୋଜଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସଂଘ ।

ad-week
Leave A Reply

Your email address will not be published.