ବିଜେପି ଛାଡ଼ି ପୁଣି କଂଗ୍ରେସକୁ ଫେରିବେ କୋମାତିରେଡ୍ଡୀ…

add-all

errew

ପ୍ରଥମେ କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିଲେ। କିନ୍ତୁ ଗତବର୍ଷ ହଠାତ୍‌ ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶି ଯାଇଥିଲେ। ଏବେ ସେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୁଣି କଂଗ୍ରେସକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ କଂଗ୍ରେସ ସପକ୍ଷରେ ଜନମତ ରହିବ ବୋଲି ଚର୍ଚ୍ଚା ହେଉଥିବାରୁ ପୂର୍ବତନ ବିଧାୟକ ଜଣଙ୍କ ପୁଣି ନିଜ ଦଳକୁ ଫେରିବା ପାଇଁ ଚାହୁଁଛନ୍ତି।

ଏପରି ଦଳ ବଦଳ କରୁଥିବା ପୂର୍ବତନ ବିଧାୟକ ଜଣଙ୍କ ହେଲେ କୋମାତିରେଡ୍ଡୀ ରାଜ ଗୋପାଲ ରେଡ୍ଡୀ। ସେ ବିଜେପିରୁ ଇସ୍ତଫା ଦେଇ ସାରିଛନ୍ତି। ସେ କଂଗ୍ରେସକୁ ଫେରିବାକୁ ଯାଉଥିବାରୁ ବିଜେପି ଛାଡ଼ିଛନ୍ତି। କେ ଚନ୍ଦ୍ରଶେଖର ରାଓଙ୍କ ସରକାରଙ୍କୁ ମାତ ଦେବା ତାଙ୍କର ଏକମାତ୍ର ଲକ୍ଷ୍ୟ ଓ ଏଥର ଲୋକଙ୍କ ସମର୍ଥନ କଂଗ୍ରେସ ପ୍ରତି ରହିଥିବାରୁ ସେ ବିଜେପି ଛାଡ଼ିଥିବା କହିଛନ୍ତି।

ଗତବର୍ଷ ରେଡ୍ଡୀ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ପରେ ବେଶ ଚର୍ଚ୍ଚାକୁ ଆସିଥିଲେ। ସେ କଂଗ୍ରେସରୁ ଇସ୍ତଫା ଦେବାରୁ ମୁନୁଗୋଡେ ଆସନ ଖାଲି ପଡ଼ିଥିଲା। ଫଳରେ ଏଠାରେ ଉପ ନିର୍ବାଚନ ହୋଇଥିଲା। ଉକ୍ତ ନିର୍ବାଚନରେ ରେଡ୍ଡୀଙ୍କୁ କେସିଆରଙ୍କ ଦଳର କେ ପ୍ରଭାକର ରେଡ୍ଡୀ ୧୦ ହଜାର ଖଣ୍ଡ ଭୋଟରେ ହରାଇ ଦେଇଥିଲେ।

ଏବେ ସେ ପୁଣି ସମ୍ଭବତଃ କଂଗ୍ରେସ ଟିକେଟରୁ ଏଠାରେ ନିର୍ବାଚନ ଲଢ଼ିବା। କୋମାତି ରେଡ୍ଡୀ ରାଜଗୋପଲ ରେଡ୍ଡୀ କହିଛନ୍ତି, “କେସିଆର ସରକାରକୁ ମାତ ଦେବା ମୋର ଲକ୍ଷ୍ୟ। ଲୋକଙ୍କ ମୁଡ ଏଥର କଂଗ୍ରେସ ସପକ୍ଷରେ ରହିଛି। ତେଣୁ ଲୋକଙ୍କ ଇଚ୍ଛା ଶକ୍ତିରେ ବନ୍ଧା ହୋଇ ପଦକ୍ଷେପ ନେଇଛି।”

ରେଡ୍ଡୀଙ୍କ ଭାଇ କୋମାତିରେଡ୍ଡୀ ଭେଙ୍କଟ ରେଡ୍ଡୀ ହେଉଛନ୍ତି ଭୂବନଗିରି ଲୋକସଭା ମଣ୍ଡଳୀର ସାଂସଦ।

ad-week
Leave A Reply

Your email address will not be published.