ଚାକରାଣୀ ଆଣିଲେ ଦୁଷ୍କର୍ମ ଅଭିଯୋଗ: ସ୍କୁଲ ଅଧ୍ୟକ୍ଷ ଗିରଫ, ପୁଅ ଫେରାର୍‌

add-all

se

ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ତେଲେଙ୍ଗାନାର ଜୁବଲୀ ହିଲ୍ସରେ ଥିବା ଗୋଟିଏ ପ୍ରସିଦ୍ଧ ସ୍କୁଲର ଅଧ୍ୟକ୍ଷ। ତାଙ୍କ ନାଁରେ ତାଙ୍କ ଚାକରାଣୀ ହିଁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ୍‌ ଶେଷରେ ସ୍କୁଲ ଅଧ୍ୟକ୍ଷଙ୍କୁ ଦଶହରାରେ ଗିରଫ କରିଛି। ଗିରଫ ପରେ ୫୫ ବର୍ଷୀୟ ଅଭିଯୁକ୍ତ ସ୍କୁଲ ଅଧ୍ୟକ୍ଷଙ୍କୁ ଚଞ୍ଚଳଗୁଡ଼ା କେନ୍ଦ୍ରୀୟ ଜେଲରୁ ପଠାଇ ଦିଆଯାଇଛି। ତେବେ ଘଟଣାର ସହ ଅଭିଯୁକ୍ତ ତଥା ସ୍କୁଲ ଅଧ୍ୟକ୍ଷଙ୍କ ପୁଅ ଏବେ ବି ଫେରାର ଅଛନ୍ତି। ତାଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

ମହିଳା ସୁରକ୍ଷା ୱିଙ୍ଗର ଜଣେ ଅଧିକାରୀ କହିଛନ୍ତି, “ଭରଷା କେନ୍ଦ୍ରରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କ ଅଭିଯୋଗ ଆଧାରରେ ଏପରି ଗିରଫଦାରୀ କରାଯାଇଛି। ଆମେ ଏସସି/ଏସ୍‌ଟି ଆଇନ ମଧ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଲଗାଇଛୁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଘଟଣା ବେଳେ ୨ ଅଭିଯୁକ୍ତ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ। ସେମାନଙ୍କ ଲୋକେସନ ଯାଞ୍ଚରୁ ଏହା ସ୍ପଷ୍ଟ ହୋଇଛି। ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।”

ବଞ୍ଜରାହିଲ୍ସରେ ଥିବା ଘରେ ଅଭିଯୁକ୍ତ ସ୍କୁଲ ଅଧ୍ୟକ୍ଷ ତାଙ୍କ ଚାକରାଣୀ ଭାବେ କରୁଥିବା ୨୨ ବର୍ଷୀୟ ଯୁବତୀଙ୍କୁ ଜୁଲାଇ ୧୬ରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୀଡ଼ିତା ଜଣଙ୍କ ତୁରନ୍ତ ପୁଲିସ୍‌କୁ କିଛି ବି କହି ନଥିଲେ।

କିଛି ଦିନ ପରେ ସେ ସାହାସ କରି ପୁଲିସର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ତାଙ୍କୁ ସିମ ଚୋରି ଅଭିଯୋଗରେ ଅଭିଯୁକ୍ତଙ୍କ ଘରର ୱାଚମ୍ୟାନ ଓ ତାଙ୍କ ପୁଅ ଗଳାଧକ୍କା ଦେଇ ବାହାର କରି ଦେଇଥିବା କହିଥିଲେ। ପୁଲିସ୍‌ ଏହାର ତଦନ୍ତ କରୁଥିବା ବେଳେ ଯୁବତୀ ଜଣଙ୍କ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରି ନେଇଥିଲେ।

ତେବେ ନିକଟରେ ସେ ପୁଣି ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ଜୁଲାଇ ମାସରେ ତାଙ୍କୁ ସ୍କୁଲ ଅଧ୍ୟକ୍ଷ ଦୁଷ୍କର୍ମ କରିଥିବା ପୁଲିସ୍‌କୁ କହିଥିଲେ। ଏଥିସହ ଘଟଣା ସମ୍ପର୍କରେ ସେ ଅଧ୍ୟକ୍ଷଙ୍କ ପୁଅଙ୍କୁ ଯେତେବେଳେ ଜଣାଇଲେ ସେତେବେଳେ ସେ ପୂରା ରାଗି ଯାଇଥିଲେ।

ସେ ତାଙ୍କ ବାପାଙ୍କ ବଦଳରେ ପୀଡ଼ିତାଙ୍କୁ ଚୋରି ଅଭିଯୋଗରେ ଘରୁ ବାହାର କରି ଦେଇଥିଲେ। ସେମାନେ କାଳେ ତାଙ୍କୁ ଓ ତାଙ୍କ ମା’ଙ୍କର କ୍ଷତି କରିବେ, ସେହି ଭୟରେ ପୀଡ଼ିତା ଜଣଙ୍କ ଏଯାଏ ପୁଲିସ୍‌ର ଦ୍ୱାରସ୍ଥ ହୋଇ ନଥିଲେ ବୋଲି ମଧ୍ୟ କହିଛନ୍ତି।

ad-week
Leave A Reply

Your email address will not be published.