ଗାଧୋଇବା ବେଳେ ସମୁଦ୍ରରେ ଭାସି ଯୁବକଙ୍କ ମୃତ୍ୟୁ…

add-all

mrutyu

ପୁରୀ: ଲାଇଟ ହାଉସ୍ ବେଳାଭୂମି ନିକଟ ସମୁଦ୍ରରେ ଅଘଟଣ। ଗାଧୋଇବା ବେଳେ ସମୁଦ୍ରରେ ଭାସି ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ପର୍ଯ୍ୟଟକ ହେଉଛନ୍ତି ପଶ୍ଚିମବଙ୍ଗର ଅର୍ଚ୍ଚିତ୍ ବାନାର୍ଜୀ। ଆଜି ସକାଳେ ଅର୍ଚ୍ଚିତ୍ ନିଜ ପରିବାର ସହ ବଳିଆପଣ୍ଡା ଲାଇଟ୍ ହାଉସ୍ ନିକଟ ବିର୍ଲା ଗେଷ୍ଟ ହାଉସ୍ ସମ୍ମୁଖ ବେଳାଭୂମିରେ ଗାଧୋଉଥିଲେ। ତେବେ ସେହି ସମୟରେ ସେ ରିପ୍ କରେଣ୍ଟରେ ପଡ଼ିଯିବାରୁ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ।

ପରିବାର ଲୋକେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା କାଳୀ ମାଆ ଲାଇଫ୍ ଗାର୍ଡ ଆସୋସିଏସନର ଲାଇଫ ଗାର୍ଡମାନେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ପ୍ରାୟ ଅଧ ଘଣ୍ଟା ପରେ ଅର୍ଚ୍ଚିତକୁ ଲାଇଫ ଗାର୍ଡମାନେ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ଦଶହରା ଅବସରରେ ଅର୍ଚ୍ଚିତ୍ ପୁରୀ ବୁଲିବାକୁ ଆସିଥିବା ବେଳେ ଆଜି ତାଙ୍କର ଏଭଳି ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

ad-week
Leave A Reply

Your email address will not be published.