ବଢିବନି ୟୁରିଆ ଦର, ଜାରି ରହିବ ସାର ସବସିଡି…

add-all

ure

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ କୃଷକମାନଙ୍କ ପାଇଁ କେତେକ ବଡ଼ ନିଷ୍ପତ୍ତି ନିଆଯାଇଛି। ମୋଦୀ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ କୃଷକମାନଙ୍କୁ ସାର ସବସିଡି ମିଳିବା ଜାରି ରହିବ ଏବଂ ସରକାର ସାର ଦର ଉପରେ କୌଣସି ପ୍ରଭାବ ପକାଇବାକୁ ଦେବେ ନାହିଁ।

କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ ସାର ଦରକୁ ପ୍ରଭାବିତ ହେବାକୁ ଦିଆଯିବ ନାହିଁ। ଏନବିଏସ ଅଧୀନରେ ଚାଷୀଙ୍କୁ ରିହାତି ମୂଲ୍ୟରେ ସାର ମିଳିବା ଜାରି ରହିବ ଏବଂ ଗୋଟିଏ ପଇସା ୟୁରିଆ ବଢିବ ନାହିଁ । ଏହାବ୍ୟତୀତ ଉତ୍ତରାଖଣ୍ଡର ଜାମରାଣୀ ଡ୍ୟାମ ବହୁମୁଖୀ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା-ତ୍ୱରିତ ଜଳସେଚନ ସୁବିଧା କାର୍ଯ୍ୟକ୍ରମ (ପିଏମକେଏସୱାଇ-ଏଆଇବିପି) ଅଧୀନରେ ଅନ୍ତର୍ଭୁକ୍ତ କରିବାକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିରୁ ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶ ଉପକୃତ ହେବେ ବୋଲି ଅନୁରାଗ ଠାକୁର କହିଛନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରୀ  କହିଛନ୍ତି ଯେ ପୁଣି ଥରେ କୃଷକ ଅନୁକୂଳ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଦେଶର କୃଷକମାନଙ୍କୁ ପ୍ରଭାବିତ କରିବ ନାହିଁ। ରବି ଋତୁ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବସିଡି ଯୋଗାଇ ଦିଆଯିବ।

ad-week
Leave A Reply

Your email address will not be published.