
ଭୁବନେଶ୍ୱର:୨୫-୧୦ ରାଜ୍ୟ ରେ ଏବେ ଚାଲିଥିବା ଅମଲାତନ୍ତ୍ର ରାଜ ପାଇଁ ଶାସକ ଦଳର ବିଧାୟକ ଓ ସାଂସଦ ମାନେ ଦାୟୀ ବୋଲି ଚର୍ଚ୍ଚା ହେଉଛି। ଆମ ରାଜ୍ୟ ସରକାର ଙ୍କ ପ୍ରୋଟୋକଲ ନିୟମ ଅନୁଯାୟୀ ଜଣେ ବିଧାୟକ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଙ୍କ ସହ ସମାନ।୨୦୦୦ ମସିହା ପୂର୍ବରୁ ଯେତେବେଳେ ଜଣେ ବିଧାୟକ ନିଜ ଅଞ୍ଚଳ ର ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମୁଖ୍ୟ ସଚିବ ଙ୍କ ନିକଟକୁ ଯାଉଥିଲେ।ମୁଖ୍ୟ ସଚିବ ଙ୍କ ଫାଟକ ନିକଟରେ ଥିବା ଜମାଦର ଫାଟକ ଖୋଲି ବିଧାୟକ ଙ୍କୁ ମୁଖ୍ୟ ସଚିବ ଙ୍କ ପ୍ରକୋଷ୍ଟ କୁ ଛାଡିବା ବେଳକୁ ମୁଖ୍ୟ ଶାସନ ସଚିବ ନିଜେ ନିଜର ଆସନ ରୁ ଉଠି ବିଧାୟକ ଙ୍କୁ ସ୍ୱାଗତ କରୁଥିଲେ। ବିଧାୟକ ନିଜ ଆସନ ରେ ବସିବା ପରେ ମୁଖ୍ୟ ଶାସନ ସଚିବ ତାଙ୍କ ଆସନ ରେ ବସୁଥିଲେ। ଆଜି କାଲି ମୁଖ୍ୟ ଶାସନ ସଚିବ ତ ଦୂରର କଥା ଜିଲ୍ଲାପାଳ ଙ୍କ ଠାରୁ ଆରମ୍ଭ କରି ସଚିବ ମାନଙ୍କୁ ବିଧାୟକ ମାନେ ନମସ୍କାର କରିବା ରାଜ୍ୟ ଶାସନ ବ୍ୟବସ୍ଥା କୁ କେବଳ ଦୁର୍ବକ କରିନାହିଁ। ଅଫିସର ମାନଙ୍କୁ ଦୁର୍ନୀତି କରିବାକୁ ସୁଯୋଗ ଦେଇଛି। ପୂର୍ବରୁ ବିଡିଓ, ତହସିଲଦାର ଙ୍କ ଠାରୁ ଆରମ୍ଭ କରି ଶାସନ ସଚିବ ଯାଏଁ ଦୁଇ ରୁ ତିନି ବର୍ଷ ଗୋଟିଏ ବିଭାଗ ରେ ରହିବା ପରେ ଅନ୍ୟ ସ୍ଥାନକୁ ବଦଳି ହେଉ ଥିଲେ। ବର୍ତ୍ତମାନ ପରିସ୍ଥିତି ରେ ଅଫିସର ମାନେ ଦଶ ବର୍ଷ ରୁ ଅଧିକ ଗୋଟିଏ ସ୍ଥାନରେ ରହିବା ଫଳରେ ଦୁର୍ନୀତି କରୁଛନ୍ତି। ସେହି ଦୁର୍ନୀତି ଗ୍ରସ୍ତ ଅଫିସର ମାନେ ନିର୍ବାଚିତ ପ୍ରତିନିଧି ମାନଙ୍କ କଥାକୁ
ଅଣଦେଖା କରି ନିଜର ମନମାନି କରୁଥିବା ଦେଖା ଯାଉଛି। ଏହାର ମୁଖ୍ୟ କାରଣ ଶାସକ ଦଳରେ ଥିବା ଅଶିକ୍ଷିତ ଏବଂ ଅଯୋଗ୍ୟ ନିର୍ବାଚିତ ପ୍ରତିନିଧିମାନେ ବୋଲି ଚର୍ଚ୍ଚା ହେଉଛି।ଯେଉଁ ମାନେ ନିଜର ଟିକେଟ ଓ ଚୌକି ର ସୁରକ୍ଷା ପାଇଁ ନିଜ ଅଞ୍ଚଳର ସ୍ୱାର୍ଥ କୁ ଜଳାଞ୍ଜଳି ଦେଉଛନ୍ତି।