ଯୁଦ୍ଧରେ ମରିଗଲେ ଶବ ବା ଦେହାବଶେଷ ଚିହ୍ନଟ ସହଜ ପାଇଁ ‘ଆଇ. ଡି. ବ୍ରେସ୍‌ଲେଟ୍‌’ ପିନ୍ଧୁଛନ୍ତି ଗାଜା ପରିବାର

add-all

Gaza-families-wearing-braclet

ଗାଜା ସିଟି: ଗାଜା ଷ୍ଟ୍ରିପ୍‌ରେ ହମାସ ଓ ଇସ୍ରାଏଲ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଯଦି ମୃତ୍ୟୁ ଘଟେ ଶବ ଚିହ୍ନଟ ଲାଗି ପ୍ରିୟଜନଙ୍କୁ ସୁବିଧା ହେବା ଲାଗି ଗାଜାରେ ଥିବା ଅନେକ ପାଲେଷ୍ଟିନୀୟ ପରିବାର ଆପଣା ପରିଚୟ ଥିବା ‘ବ୍ରେସ୍‌ଲେଟ୍‌’ ପିନ୍ଧୁଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।
ସୂଚନାଯୋଗ୍ୟ, ଏମିତି ଅନେକ ଅଜ୍ଞାତ ଶବ ଗଣସମାଧି ଦେବା ବେଳେ ଗାଜାରେ ବାସକରୁଥିବା ପାଲେଷ୍ଟିନୀୟମାନେ ନାଁ ପରିବର୍ତ୍ତେ ଶବ ନମ୍ବର ବ୍ୟବହାର କରୁଛନ୍ତି।

ଉପରୋକ୍ତ ଆଶଙ୍କା ହ୍ରାସ କରିବା ଲାଗି ଏଲ୍‌-ଦାବା ପରିବାର ଲୋକେ ଆପଣା ପରିଚୟ ଥିବା ‘ବ୍ରେସ୍‌ଲେଟ୍‌’ ପିନ୍ଧୁଛନ୍ତି। ଯଦି ଆମ୍ଭମାନଙ୍କ ମଧ୍ୟରୁ କେହି ମରିଯାଆନ୍ତି ତେବେ, ଏହି ‘ବ୍ରେସ୍‌ଲେଟ୍‌’ରୁ ଆମ ପରିଚୟ ମିଳିଯିବ ବୋଲି ୪୦ ବର୍ଷିୟ ଅଲି ଏଲ୍‌-ଦାବା କହିଛନ୍ତି।
ସେହିପରି, ଆଉ କେତେକ ପାଲେଷ୍ଟିନୀୟ ପରିବାର ‌ମଧ୍ୟ ‘ଆଇ. ଡି. ବ୍ରେସ୍‌ଲେଟ୍‌’ ପିନ୍ଧିଲେଣି। ତା’ ଛଡ଼ା କେତେକ ସେମାନଙ୍କ ବାହୁ କିଂବା ଦେହର ଅନ୍ୟାନ୍ୟ ଅଂଶରେ ନାଁ ଲେଖିଲେଣି।

ଏହାଛଡ଼ା, ବୋମା ଆକ୍ରମଣରେ ଏକା ଥରକେ ମରିଯିବା ବା ବଂଶନାଶ ହେବା ଆଶଙ୍କା ଏଡ଼ାଇବାକୁ ପରିବାରର ସମସ୍ତ ସଦସ୍ୟ ଗୋଟିଏ ସ୍ଥାନରେ ନ ରହି ପୃଥକ୍‌ ପୃଥକ୍‌ ଆଶ୍ରୟ ସ୍ଥଳରେ ରହିବାକୁ ସ୍ଥିର କରିଛନ୍ତି। ଅଲି ଏଲ୍‌-ଦାବାଙ୍କ ସ୍ତ୍ରୀ ଲୀନା ଦୁଇ ଝିଅ ଓ ଦୁଇ ପୁଅଙ୍କ ସହିତ ଉତ୍ତର ଗାଜା ନଗରୀରେ ରହୁଥିବା ବେଳେ ଏଲ୍‌-ଦାବା ବାକି ୩ଜଣ ସନ୍ତାଙ୍କୁ ଧରି ଦକ୍ଷିଣ ପ୍ରାନ୍ତରେ ଥିବା ଖାନ୍‌ ‌ୟୁନସ୍‌କୁ ଚାଲିଯାଇଛନ୍ତି।
ସଦ୍ୟତମ ସୂଚନା ଅନୁସାରେ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ହମାସ-ଇସ୍ରାଏଲ୍‌ ସଂଘର୍ଷ ଯୋଗୁଁ ଗାଜାରେ ମୃତ୍ୟୁସଂଖ୍ୟ ୬,୫୦୦ ଟପିଲାଣି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ସଂଖ୍ୟକ ମହିଳା ଓ ପିଲା ଅଛନ୍ତି।

ad-week
Leave A Reply

Your email address will not be published.