ଟେଲିଭିଜନ୍‌ ‘ଲାଇଭ୍‌ ନିଉଜ୍‌’ ବିତର୍କ ବେଳେ ‘ବିଜେପି’ ପ୍ରାର୍ଥୀଙ୍କ ତଣ୍ଟିକୁ ଚିପି ଧରିଲେ ‘କେସିଆର୍‌’ଙ୍କ ପାର୍ଟିର ବିଧାୟକ…

add-all

mf-750x430

ହାଇଦ୍ରାବାଦ: ନଭେମ୍ବର ୩୦ ତାରିଖରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ଆଧାର କରି ଏକ ‘ତେଲୁଗୁ ନିଉଜ୍‌ ଚାନେଲ୍‌’ ବୁଧବାର ଦିନ ଆୟୋଜନ କରିଥିବା ମୁକ୍ତ ବିତର୍କରେ ଜଣେ ‘ବିଆର୍‌ଏସ୍‌’ ବିଧାୟକ ଓ ଜଣେ ‘ବିଜେପି’ ପ୍ରାର୍ଥୀ ଧସ୍ତାଧସ୍ତି ହୋଇଥିଲେ।
କିନ୍ତୁ, ପୁଲିସ ଓ ଅନ୍ୟମାନେ ହସ୍ତକ୍ଷେପ ପରି ଦୁହିଁଙ୍କୁ ଅଲଗା କରି ପରସ୍ଥିତି ନିୟନ୍ତ୍ରଣ କରିଥିଲେ। ଏହି ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।
ସୂଚନାଯୋଗ୍ୟ, କୁତବୁଲ୍ଲାପୁର ଆସନରେ ‘କେସିଆର୍‌’ଙ୍କ ‘ଭାରତ ରାଷ୍ଟ୍ର ସମିତି’ର ଦଳରୁ ବିଧାୟକ ବିବେକାନନ୍ଦ ଗୌଡ଼ ପ୍ରତିଦ୍ବନ୍ଦ୍ବିତା କରୁଥିବା ବ‌େଳେ ସେହି ଆସନରୁ ‘ବିଜେପି’ ପ୍ରାର୍ଥୀ ହୋଇଛନ୍ତି କୁନା ଶ୍ରୀଶୈଳମ୍‌ ଗୌଡ଼। ଦୁହେଁ ‘ତେଲୁଗୁ ନିଉଜ୍‌ ଚାନେଲ୍‌’ଦ୍ବାରା ପ୍ରାୟୋଜିତ ବିତର୍କ ଭାଗ ନେଇଥିଲେ। କ‌ୌଣସି କାରଣରୁ ଉତ୍‌କ୍ଷିପ୍ତ ହୋଇ ବିବେକାନନ୍ଦ ହସି ହସି ଯାଇ ‘ବିଜେପି’ ପ୍ରାର୍ଥୀ କୁନାଙ୍କ ତଣ୍ଟିକୁ ଚିପି ଧରୁଛନ୍ତି।
ଘଟଣା ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜି. କିଷନ୍‌ ରେଡ୍ଡୀ ‘ଏକ୍ସ’ରେ ଉକ୍ତ ଭିଡିଓ ସେୟାର୍‌ କରି ଲେଖିଛନ୍ତି: ‘ବିଆର୍‌ଏସ୍‌-ଗୁଣ୍ଡାଗିରିର ହଲ୍‌ମାର୍କ’। କୁନା ଶ୍ରୀଶୈଳମ୍‌ ଉତ୍ଥାପନ କରିଥିବା ପ୍ରଶ୍ନର ଉତ୍ତର ଦେଇ ନ ପାରି ବିବେକାନନ୍ଦ ତାଙ୍କୁ ଆକ୍ରମଣ କରିଛନ୍ତି। ଏହା କାପୁରଷତାର ନିଦର୍ଶନ। ଏହା ଉପରେ ପୁଲିସ ‘ବିଆର୍‌ଏସ୍‌’ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିବା ଉଚିତ।

ad-week
Leave A Reply

Your email address will not be published.