ପାଳିଆ ସେବକମାନଙ୍କୁ ଏଯାଏ ନୋଟିସ ହୋଇନାହିଁ କାହିଁକି: ବଡୁ ନିଯୋଗ

add-all

ling

ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟକୁ ନେଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦେବୋତ୍ତର ବିଭାଗ ନିୟମ ଅନୁଯାୟୀ ପାଳିଆ ସେବକମାନେ ନୀତି କରିବେ। ଯଦି ନ କରିବେ ତେବେ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରି ଅନ୍ୟଙ୍କୁ ଦିଆଯିବ। ଗତକାଲି ଠାରୁ ଯେଉଁମାନେ ନୀତି ବନ୍ଦ କରିଛନ୍ତି ସେମାନଙ୍କୁ କାହିଁକି ଆଜି ଯାଏଁ ନୋଟିସ ହୋଇନାହିଁ ବୋଲି ବଡୁ ନିଯୋଗ ସମ୍ପାଦକ ପ୍ରଶ୍ନ କରିଛନ୍ତି।
ଗଙ୍ଗୁଆ କୂଳରେ ଯେଉଁ ଲିଙ୍ଗରାଜଙ୍କ ଜମି ଅଛି ସେଥିରୁ ୫ ଏକର ଜମି ୧୮୨ ବଡୁ ନିଯୋଗ ପରିବାରକୁ ଦିଆଯାଇଛି। ଅର୍ବାନ ଏରିଆ ହେଇଥିବାରୁ ସେଥିରେ ଆମେ ଦୋକାନ ଘର ନିର୍ମାଣ କରିଛୁ। ଆଗରୁ ମଧ୍ୟ ଏ ବିବାଦ ରହିଥିଲା, ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବଡୁ ନିଯୋଗ ଘର ତୋଳିବା ନେଇ ନିର୍ଦ୍ଦେଶ ଦେଲେ। ତାକୁ ଆଧାର କରି ଆମେ ଦୋକାନ ଘର କରୁଚୁ। ଏଥିରେ ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ କାହିଁକି ପୂଜା ନୀତି ବନ୍ଦ କରିଛନ୍ତି ତା ଆମେ ଜାଣିନୁ। ଆମେ ଆମ ଠାକୁର ନୀତି କରୁଚୁ ବୋଲି ବଡୁ ନିଯୋଗ କହିଛି।

ad-week
Leave A Reply

Your email address will not be published.