ତମାଖୁମୁକ୍ତ ଗାଁ ଅଭିଯାନରେ ଓଡ଼ିଶା ଶ୍ରେଷ୍ଠ…

add-all

tabaco-ban

ଭୁବନେଶ୍ୱର, : ତମାଖୁମୁକ୍ତ ଗାଁ ଅଭିଯାନରେ ସାରା ଦେଶରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଏହା ଟବାକୋ ଫ୍ରି ୟୁଥ୍‌ କ୍ୟାମ୍ପେନ-୨୦୨୩ ଅଧୀନରେ ହୋଇଥିଲା। ଏହି ଅଭିଯାନ ଗତ ଜୁଲାଇ ଓ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ଏହି ପୁରସ୍କାର ଦିଆଯାଇଛି।
ସାରା ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଟବାକୋମୁକ୍ତ ଗାଁ ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତିରାଜ ବିଭାଗକୁ ସରପଞ୍ଚଙ୍କ ଜରିଆରେ କୋଟପା ଆଇନକୁ ଗାଁରେ କାର୍ଯ୍ୟକାରୀ କରିବାକୁ ସ୍ବାସ୍ଥ୍ୟ ବିଭାଗ ଚିଠି କରିଥିଲା। ଏ ଯାଏ ୫୪ ପଞ୍ଚାୟତ ଟବାକୋ ମୁକ୍ତ ଘୋଷଣା ହୋଇସାରିଛି। ଆହୁରି ୧୧୪ ପଞ୍ଚାୟତରେ ଏହି କାମ ଚାଲିଛି। ଏଥିସହ ସାରା ରାଜ୍ୟରେ ସଫଳତାର ସହ ଟବାକୋମୁକ୍ତ ସ୍କୁଲ ଅଭିଯାନ ଚାଲିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ad-week
Leave A Reply

Your email address will not be published.