ହର ଓ ଆରତୀ କୁ ନେଇ ଗଞ୍ଜାମ ବିଜେଡି ରେ ଚର୍ଚ୍ଚା : ପୋଲସରା ଓ ଖଲ୍ଲିକୋଟ ପାଇଁ ବଳ କଶା କଷି ଆରମ୍ଭ…!

add-all

ନଈ ନ ଦେଖୁଣୁ …..ଲମ୍ପ..!


ବ୍ରହ୍ମପୁର: ଆଗାମୀ ସାଧରାଣ ନିର୍ଵାଚନ ଯେତିକି ପାଖେଇ ଆସୁଛି ସେତିକି ଟିକେଟ ପାଇଁ ଲବି ହେଉଛି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ହର ଓ ଆରତୀ ବିଜେଡି ପାଇଁ ନୂଆ ମୁହଁ ଭାବେ ଉଭା ହୋଇଛନ୍ତି। ପୋଲସରା ର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀକାନ୍ତ ସାହୁ ଙ୍କ ଚୌକି ଏବେ ସଂଯୁକ୍ତା ଙ୍କ ପାଇଁ ଟଳମଳ ନେଇ ଚର୍ଚ୍ଚା ହେଉଛି। ଦିନକୁ ଦିନ ନୁଆଁ ଅଡିଓ ଭାଇରଲ ହୋଇ ଅଡୁଆ ବଢ଼ିବାରେ ଲାଗିଛି,ଆରୋପ ପ୍ରତିଆରୋପ ରେ ମନ୍ତ୍ରୀ ପଦ ହରେଇଲେ ଶ୍ରୀକାନ୍ତ ବାବୁ। ସଂଯୁକ୍ତା ଓ ଶ୍ରୀକାନ୍ତ ଙ୍କ ଲଢ଼େଇ ସିମିତ ନାହିଁ ନାରୀକୁ ସଂମ୍ମାନ ବେଜେଡି ର ନାରା ମହଙ୍ଗା ପଡ଼ିଲା ବିଧାୟକ ଙ୍କୁ ବୋଲି ଚର୍ଚ୍ଚା ହେଉଛି। ଉଚ୍ଚ ଶିକ୍ଷିତା ଆରତୀ ଦେବୀ ଙ୍କ ନାମ ଏବେ ସବୁ ଆଡ଼େ ଚର୍ଚ୍ଚା ହେଉଛି। ସେପଟେ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଙ୍କ ଚୌକି ମଧ୍ୟ ହାତରୁ ଖସିବାକୁ ଯାଉଛି ବୋଲି ଚର୍ଚ୍ଚା ହେଉଛି। ରାଣୀମା ଙ୍କ ଅସୁସ୍ଥତା ର ଫାଇଦା ନେଇ ବ୍ଲକ ଅଧକ୍ଷ ଦୈତାରି ବେହେରା ସବୁ କ୍ଷେତ୍ର ରେ ଆଗକୁ ଆସିବା। ନିଜର ଦବ ଦବା ଜାହିର କରିବା ଯୋଗୁଁ ଦଳ ଭିତରେ ଥିବା ଗୋଷ୍ଟି କନ୍ଦଳ ଦଳ ମୁଖିଆ ପାଖରେ ପହଞ୍ଚିଛି।ମେଡେମ ଙ୍କ ଚୌକି ଉପରେ ଆଞ୍ଚ ଆସିଛି ବୋଲି ସର୍ବତ୍ର ଚର୍ଚ୍ଚା ହେଉଛି। ଦୀର୍ଘ ବର୍ଷ ହେଲା କ୍ଷମତା ପଛରେ ଧାଉଁଥିବା ହର ବାବୁ ଏବେ ଖଲ୍ଲିକୋଟ ପାଇଁ ଅଣ୍ଟା ଭିଡ଼ିଥିବା ଜଣାପଡିଛି। ହର ବାବୁ କିଛିଦିନ ହେଲା କର୍ମୀ ସମ୍ମିଳନୀ କରି ଗୋଦି ମିଡ଼ିଆ ଆଗରେ ଭାଷଣ ବାଜି କରି ଟିକେଟ ଖଣ୍ଡେ ପାଇବା ପାଇଁ ଜୋର ଦାର ଲବି ଆରମ୍ଭ କରିଥିବା ଜଣା ପଡିଛି। “ନଇ ନ ଦେଖୁଣୁ”… ଭଳି ମୈଇଦାନ ରେ ଡେଇଁବା ଓ ବାଉଳା ହେବା ଏବେ ଚାରି ଆଡେ ଚର୍ଚ୍ଚା ହୋଇଛି। ଆଗାମୀ ସାଧରଣ ନିର୍ବାଚନ ରେ ପୋଲସରା ଓ ଖଲ୍ଲିକୋଟ ଆସନ ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହେବ।ଦଳର ଭାବ ମୂର୍ତ୍ତି କୁ ଦେଖିଲେ ଏହି ଦୁଇଟି ଆସନ ରେ ନୂଆ ମୁହଁ ଦେବାକୁ ଦଳ ବାଧ୍ୟ ହେବ ବୋଲି ରାଜନୈତିକ ପଣ୍ଡିତ ମାନ ମତ ପ୍ରକାଶ କରିଛନ୍ତି।ବିଜୁବାବୁ ଓ ମୁଖ୍ୟ ମନ୍ତ୍ରୀ ଙ୍କ ଛାପ ଯୋଗୁଁ ବିଜେଡ଼ି ଦଳ ଦୀର୍ଘ ବର୍ଷ ହେଲା କ୍ଷମତା ରେ ରହିଛି। ଖଲ୍ଲିକୋଟ ପାଇଁ ହର ବାବୁ ପୋଲସରା ପାଇଁ । ଆରତୀ ଙ୍କ ନାଁ ଚର୍ଚ୍ଚା ରେ ରହିଛି। ଆଗାମୀ ନିର୍ବାଚନ କୁ ନେଇ କିଛି ଗୋଦି ମିଡ଼ିଆ ଙ୍କୁ ଢାଲ କରି ନିର୍ବାଚନ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ ରେ ଲାଗି ପଡିଲେଣି ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରୁଛି ଏପଟେ ବିଜେଡି ରେ ଘଡିକୁ ଘୋଡା ଛୁଟୁଛି l ଦେଖାଯାଉ ହର ଆଉ ଆରତୀ ଙ୍କ ସ୍ବପ୍ନ ସାକାର ହେଉଛି କି ନାହିଁ..? ନା ଦିବା ସ୍ବପ୍ନ ହୋଇ ରହିଯାଉଛି ତାହା ସମୟ କହିବ…

ad-week
Leave A Reply

Your email address will not be published.