ଜନଶୁଣାଣିକୁ ଲୋକଙ୍କୁ ଆଣିଥିବା ଗାଡ଼ିର ପ୍ରାପ୍ୟ ମିଳିବ କେବେ.. ?

add-all

ବ୍ରହ୍ମପୁର (୨୬/୧୦) : ଗତ ସେପ୍ଟେମ୍ବର ମାସରେ ଗଞ୍ଜାମ ଜିଲ୍ଲା କୁ ତିନି ଦିନିଆ ଗସ୍ତରେ ଆସିଥିଲେ ଭି.କେ ପାଣ୍ଡିଆନ ଜଣ ଶୁଣାଣି କରିବା ପାଇଁ। ସେପ୍ଟେମ୍ବର ୨୬ ରୁ ୨୮ ପର୍ଯ୍ୟନ୍ତ ହୋଇଥିବା ଏହି ଜନ ଶୁଣାଣି ପାଇଁ ମିଶନ ଶକ୍ତି ଓ ଅଙ୍ଗନବାଡି କର୍ମୀ ମାନଙ୍କ ସହ ଯୋଗରେ ଲୋକ ଙ୍କୁ ଯାତ୍ରୀବାହୀ ଯାନବାହାନରେ ଲୋକଙ୍କୁ ଅଣା ଯାଇଥିଲା। ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡ଼ିଆ ନିକଟକୁ ପ୍ରାୟ ୧୫ ଟି ବସ ୩୦ ଭିଲେଜେର ରେ ଓ ବ୍ରହ୍ମପୁର ରୁ ୫୦ ଗାଡ଼ିରେ ଲୋକଙ୍କୁ ଅଣା ଯାଇଥିଲା ସେ ବାବଦକୁ ଆଜି ସୁଦ୍ଧା ଗାଡ଼ିର ଭଡ଼ା ମିଳିନଥିବା ଚର୍ଚ୍ଚା ହେଉଛି। ରାଜନୈତିକ ନେତା ଙ୍କ ଇଶାରା ରେ ସ୍ଥାନୀୟ ପ୍ରଶାସନ ଅଧିକାରୀ ଏହି ସବୁ ଦାୟିତ୍ବ ନେଇ ଥିଲେ। ଆଜି ପର୍ଯ୍ୟନ୍ତ ଉକ୍ତ ଗାଡ଼ି ଗୁଡ଼ିକ ର ବିଲ ହୋଇ ପାରିନାହିଁ ବୋଲି ଅଭିଯୋଗ ହେଉଛି।

ad-week
Leave A Reply

Your email address will not be published.