ଗଞ୍ଜାମ ପୁଣି ଅଶାନ୍ତ ଗାଁ ଦାଣ୍ଡରେ ଯୁବକ କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା :ବୁଗୁଡ଼ା ଓ ଶେରଗଡ଼ ରେ ଦୁଇ ଯୁବକ ଙ୍କୁ ନିର୍ମମ ହତ୍ୟା ….

add-all

ରାଜନୈତିକ ଶତ୍ରୁତା ଓ ଯୁଆଖେଳ ମୁଖ୍ୟ କାରଣ…!!

ଗଞ୍ଜାମ ପୋଲିସ ର କାର୍ଯ୍ୟ ଦକ୍ଷତା ଉପରକୁ ଆଙ୍ଗୁଠି…!



ବ୍ରହ୍ମପୁର : ୨୭-୧୦ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଇଲାକା ର ଲାଞ୍ଜିଆପଲ୍ଲୀ ଗ୍ରାମରେ ଜଣେ ଯୁବକ କୁଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
ହତ୍ୟା ର ଶିକାର ହୋଇଥିବା ଯୁବକ ଜଣକ ହେଲେ ସେହି ଗ୍ରାମର ମଙ୍ଗଳା ଭୂୟାଁ ବୋଲି ଜଣାପଡିଛି।ମଙ୍ଗଳା ନିଜ ବାଇକ ରେ ନିଜ ଘରୁ ଗ୍ରାମ ମଧ୍ୟକୁ ଯିବା ସମୟରେ ପୂର୍ବ ଯୋଜନା ମୁତାବକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଗାଁ ଦାଣ୍ଡରେ ହତ୍ୟା କରିବା ସମୟରେ କେହି ହେଲେ ନିକଟକୁ ଆସିନଥିଲେ। ଶେରଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ବୁଗୁଡ଼ା ଥାନା ଇଲାକା ର କିରିଆମ୍ବା ଗ୍ରାମରେ କରଚୁଲି ଗ୍ରାମରସୁଶାନ୍ତ ପାତ୍ର ନାମକ ଯୁବକ କୁ ହତ୍ୟା କରାଯାଇଛି। ରାତି ପାହିଲେ କୁମାର ପୂର୍ଣ୍ଣିମା ଏପଟେ ଗଞ୍ଜାମ ଜିଲ୍ଲାରେ ଗୋଟେ ପରେ ଗୋଟେ ମୁଣ୍ଡ ଗଡୁଛି। ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି।ପୋଲିସ କୁ ଅପରାଧୀ ମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟେ ପରେ ଗୋଟେ ହତ୍ୟା କରି ଚାଲିଛନ୍ତି। ଗଞ୍ଜାମ ଜିଲ୍ଲାରେ କିଛି ଦିନ ହେଲା ଗୋଟେ ପରେ ଗୋଟେ ମୁଣ୍ଡ ଗଡୁଛି। ହତ୍ୟା ର ଶିକାର ହୋଇଥିବା ଘଟଣା କୁ ପୋଲିସ ଅତି ହାଲୁକା ଭାବେ ନେଇ ପୂର୍ଵ ଶତ୍ରୁତା ବୋଲି ସବୁ ବେଳେ କହୁଥିବା ଲକ୍ଷ କରାଯାଉଛି। ବହୁ ଚର୍ଚ୍ଚିତ ଦାନପୁର ରେ ସୁନିଲ ନାହାକ ହତ୍ୟା କାଣ୍ଡ ଘଟିଥିଲା। ଏହି ଘଟଣା ରେ ସମ୍ପୃକ୍ତି ଥିବା ନେଇ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା ଙ୍କ ନାମ ଆସିଥିଲେ ମଧ୍ୟ ତଦନ୍ତ ର ଡୋରି ନାଲିଫିତା ତଳେ ରହିଯାଇଛି। ଗଞ୍ଜାମ ଜିଲ୍ଲାର ଧରାକୋଟ, ଶେରଗଡ଼,କୋଦଳା,କବିସୂର୍ଯ୍ୟନଗର ଆଦି ଅଞ୍ଚଳରେ ରାଜନୈତିକ ଓ ପୂର୍ଵ ଶତ୍ରୁତା କୁ ନେଇ ହୋଇଥିବ ହତ୍ୟା କାଣ୍ଡ ର ହାତ ଗଣତି ହତ୍ୟା କାରୀ କୁ ଗିରଫ କରାଯାଇଛି। ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ର କାରୀ ଙ୍କ ନାଁ ଲୋକ ଲୋଚନ କୁ ଆସୁନାହିଁ, ରାଜନୈତିକ ଚାପ ଯୋଗୁଁ ବୋଲି ଚର୍ଚ୍ଚା ହେଉଛି। ପ୍ରକାଶ ଥାଉ କି ଗତ ୯ ମାସ ମଧ୍ୟରେ ଗଞ୍ଜାମ ପୋଲିସ ଜିଲ୍ଲା ରେ ୬୩ ହତ୍ୟା ମାମଲା ହୋଇଛି।ସେପ୍ଟେମ୍ବର ମାସରେ ୧୧ ଟି ହତ୍ୟା କାଣ୍ଡ ହୋଇଛି। ଅକ୍ଟୋବର ମାସରେ ମଧ୍ୟ ମୁଣ୍ଡ ଗଡ଼ିବା ଥମୁନାହିଁ। ଲାଞ୍ଜିପଲ୍ଲି ଗ୍ରମରେ ଦଶହରା ଦିନ ଗଣ୍ଡଗୋଳ ହୋଇଥିବା ନେଇ ଶେରଗଡ଼ ଥାନା ରେ ଖବର ପହଞ୍ଚିଥିଲେ ମଧ୍ୟ ସମାଧାନ ହୋଇନ ଥିବା ଯୋଗୁଁ ଆଜି ଏହି ହତ୍ୟା କାଣ୍ଡ ଘଟିଲା ବୋଲି ଗାଁ ରେ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.