ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ପଡ଼ିଲା ବୋମା…

add-all

buli

ଭୁବନେଶ୍ୱର: ପୁଣି ଅଶାନ୍ତ ରାଜଧାନୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ପଡ଼ିଲା ବୋମା। ଭୁବନେଶ୍ବର ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର କେଳାସାହିରେ ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର, ବୋତଲ ସହ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ପୂର୍ବ ଶତ୍ରୁତାରୁ ଦୁଇ ଓ୍ବାର୍ଡବାସୀଙ୍କ ମଧ୍ୟରେ ଆକ୍ରମଣ ହୋଇଛି । ଆକ୍ରମଣରେ ବାପପୁଅ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।

ଦୁର୍ଗା ପୂଜା ସରୁ ସରୁ ପଦ୍ମକେଶରୀପୁରରେ ଦେଖିବାକୁ ମିଳିଛି ଉତ୍ତେଜନା। କିଛି ଦିନ ପୂର୍ବରୁ ମଧ୍ୟ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ସେତେବେଳେ ବି ବୋତଲ ମାଡ଼ ସହ ଘରେ ପଶି ନିଆଁ ଲଗାଇଦେଇଥିଲେ ଦୁର୍ବୃତ୍ତ। ଉତ୍ତେଜନା ଲାଗିରହିଥିବାରୁ ପୋଲିସ ଘଟଣାସ୍ଥଳରେ ୧୪୪ ଧାରା ଜାରି କରିଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାବେଳେ ପଦ୍ମକେଶରପୁର ପୁରୁଷ ଶୂନ୍ୟ ହୋଇଯାଇଛି । ଗୋଷ୍ଠୀ ସଂଘର୍ଷ ପରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଛି ।

ad-week
Leave A Reply

Your email address will not be published.