
ସହଯୋଗୀ ବାଲି ମାଫିଆଙ୍କ ନିକଟ ରେ ଥିବା ପୁଳା ପୁଳା ଟଙ୍କା ପୋଲିସ କବ୍ଜା ରେ !
ଭୁବନେଶ୍ୱର:୨୮-୧୦ ଗଞ୍ଜାମ ଜିଲ୍ଲାର ଚୋରା ବାଲି କାରବାର ର ସମ୍ରାଟ କୃପାସିନ୍ଧୁ ମୁଦୁଲି ଙ୍କୁ ଗଞ୍ଜାମ ଏସପି ଙ୍କ ମାରାଥନ ଜେରା ପରେ ପୁଣି ରିମାଇଣ୍ଡ ରେ ଆସିବ ସମ୍ରାଟ। ସମ୍ରାଟ ଙ୍କ ଇଶାରା ରେ ଅପରାଧତତ୍ତ୍ୱ ମାନେ ବୋଲ ମାନି ନକଲି ୱାଇ-ଫର୍ମ କୁ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ସରକାର ଙ୍କୁ ଚୂନ ଲଗାଇଥିବାର ଗୁମର ଧୀରେ ଧୀରେ ଖୋଲୁଛି। ସ୍ୱତନ୍ତ୍ର ସ୍କ୍ୱାର୍ଡ ସମ୍ରାଟ ର ସହଯୋଗୀ ଙ୍କ ନିକଟ ରୁ ପୁଳା ପୁଳା ଟଙ୍କା ପୋଲିସ ନିକଟ ତମ ସହଯୋଗୀ ଙ୍କ ଘରୁ ଜବତ କରିଥିବା ଚର୍ଚ୍ଚା ହେଉଛି। ଏହି ମାରାଥନ ଜେରା ପରେ ଯେଉଁ ଅଦୃଶ୍ୟ ଶକ୍ତି ସମ୍ରାଟ ଉପରେ ଆଶିର୍ବାଦ କରିଥିଲେ। ମୁଠା ମୁଠା ଟଙ୍କା ପାଇ ଜଣେ ଜଣେ କୁବେର ପାଲଟିଛନ୍ତି। ସେମାନଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଥିବା ଲକ୍ଷ କରାଯାଇଛି। ୱାଇ- ଫର୍ମ କେଉଁ ଛାପା କଳରେ ଛପା ଯାଇଛି।ଯେଉଁ ଅଦୃଶ୍ୟ ଶକ୍ତି ସମ୍ରାଟ ପଛରେ ଅଛି, ତଦନ୍ତ କଲେ ନକଲି ନା ଅସଲି ୱାଇ- ଫର୍ମ ର ରହସ୍ୟ ଖୋଲିବ ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି। ରାଜସ୍ୱ ବିଭାଗର କାର୍ଯ୍ୟ ଏବେ ପୋଲିସ କରୁଛି। ଯଦି ନକଲି ୱାଇ- ଫର୍ମ ରେ ଏହି କାରବାର ଚାଲିଥିଲା ତାହା ହେଲେ ସେ ଅଞ୍ଚଳର ବାବୁ ମାନଙ୍କ ଜାଣତ ରେ ନା ଆଶିର୍ବାଦ ରେ ବୋଲି ଏବେ ଏହି କଥା ଚର୍ଚ୍ଚା କୁ ଆସିଛି। ପୋଲିସ ଏହି ସାହାସିକ କାର୍ଯ୍ୟ କୁ ପ୍ରଶଂସା କରାଯାଉ ଥିବା ବେଳେ ତଦନ୍ତ ଭାର କେଉଁ ଆଡ଼କୁ ଯାଉଛି, ସାଧରଣ ଲୋକେ ଚାହିଁ ବସିଛନ୍ତି।ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ଯୋଗୁଁ ଆଜି ଖୋଳ ତାଡ଼ ହେବା ଯୋଗୁଁ ବହୁ ଶୁବେଚ୍ଛୁ ଧନ୍ୟବାଦ ଦେଇଛନ୍ତି। ଏହି ବାଲି ମାଫିଆ ଙ୍କ ପଛରେ କିଛି ରାଜନେତା ଓ ସରକାରୀ ଉଚ୍ଚ ପଦସ୍ତ ଅଧିକାରୀ ଙ୍କ ସହଯୋଗ ରହି ଆସିଛି ତେଣୁ ଏମାନଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତ କଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l ସ୍ଥାନୀୟ ଜିଲ୍ଲାପାଳ ଓ ତହସିଲଦାର ମାନେ ଏହି ବାଲି ମାଫିଆ ଓ ଖଣି ମାଫିଆ ମାନଙ୍କ ଠାରୁ ମୋଟା ଅଙ୍କର ମୁନାଫା ପାଇଁ ସବୁ ଅସାଧୁ କାମ ରେ ଆଖି ବନ୍ଦ କରିଦିୟନ୍ତୀ ଏଠାରେ ଅଞ୍ଚଳ ର ପୋଲିସ କର୍ମଚାରୀ ମାନଙ୍କ ମଧ୍ୟ ହାତ ରହିଛି ତେଣୁ ଏହି ମାଫିଆ ସମ୍ରାଟ ର ସହଯୋଗୀ ଅଫିସର ମାନଙ୍କୁ ଯଦି ଭିଜିଲାନ୍ସ ତଦନ୍ତ କରାଯାଏ ତେବେ ଅନେକ ଗୁମର ପଦାକୁ ଆସିବ ବୋଲି ଚର୍ଚ୍ଚା ଜୋର ଧରିଛି l ଏହି ବାଲି ମାଫିଆ ର ସହଯୋଗୀ ମାନେ ରାଜ୍ୟ ବାହାରେ ଘରୋଇ ମେଡିକାଲ ରେ ଆତ୍ମ ଗୋପନ କରିଥିବା ଶୁଣିବାକୁ ମିଳୁଛି, ଦେଖାଯାଉ ତଦନ୍ତ କେଉଁ ଦିଗକୁ ଗତି କରୁଛି ତାହା ସମୟ କହିବ