୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ମାଳଦ୍ୱୀପ

add-all

15fisherman--750x430

ତାମିଲନାଡୁ: ତାମିଲନାଡୁର ପ୍ରାୟ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ମାଳଦ୍ୱୀପ ତଟରକ୍ଷୀ ବାହିନୀ ଗିରଫ କରିଛି। ଏହି ଘଟଣା ଜଣାପଡ଼ିବା ପରେ ସେମାନଙ୍କୁ ମୁକ୍ତ କରିବା ଏବଂ ସେମାନଙ୍କ ଡଙ୍ଗା ଫେରସ୍ତ ଦେବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ ଶନିବାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଚିଠି ଲେଖି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ କହିଛନ୍ତି ଯେ ଅକ୍ଟୋବର ୧ ତାରିଖରେ ଥୁଥୁକୁଡି ଜିଲ୍ଲାରୁ ଯାନ୍ତ୍ରିକ ମାଛଧରା ଡଙ୍ଗାରେ ମାଛ ଧରିବାକୁ ବାହାରିଥିବା ମତ୍ସ୍ୟଜୀବୀମାନଙ୍କୁ ମାଳଦ୍ୱୀପ ତଟରକ୍ଷୀ ବାହିନୀ ଅକ୍ଟୋବର ୨୩ ତାରିଖରେ ଥିନାଧୁ ଦ୍ୱୀପ ନିକଟରୁ ଗିରଫ କରିଥିଲା।
ଗିରଫ ହୋଇଥିବା ମତ୍ସ୍ୟଜୀବୀ ଏବଂ ସେମାନଙ୍କ ମାଛଧରା ଡଙ୍ଗାକୁ ଯଥାଶୀଘ୍ର ମୁକ୍ତ କରିବା ପାଇଁ ଉପଯୁକ୍ତ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ମାଳଦ୍ୱୀପ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଲେଖିଥିବବା ଚିଠିରେ ଉଲ୍ଲେଖ କରିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌।

ad-week
Leave A Reply

Your email address will not be published.