କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟା ପାଇଁ ୩୪ ବର୍ଷ ପୂର୍ବେ ଗୁପ୍ତଭାବରେ ନିଜ ଶୁକ୍ରାଣୁ ସଞ୍ଚାର କରିଥିବା ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କଲେ ଆମେରିକୀୟ ମହିଳା

Independence

Cap-7-750x430

ନୂଆଦିଲ୍ଲୀ: ୱାଶିଂଟନରେ ଜଣେ ମହିଳା ତାଙ୍କର ଜଣେ ଫର୍ଟିଲିଟି ଡାକ୍ତରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ୩୪ବର୍ଷ ପୂର୍ବେ ତାଙ୍କ କୃତ୍ରିମ ଗର୍ଭଧାରଣ ପ୍ରକ୍ରିୟା ପାଇଁ ଗୁପ୍ତଭାବରେ ଡାକ୍ତର ଜଣଙ୍କ ତାଙ୍କ ଶୁକ୍ରାଣୁ ବ୍ୟବହାର କରିଥିଲେ।
ଆମେରିକାର ଇଡାହୋ ହାଉସରର ୬୭ ବର୍ଷୀୟା ଶ୍ୟାରୋନ୍‌ ହେସ୍‌ ଦାବି କରିଛନ୍ତି ଯେ ୧୯୮୯ ମସିହାରେ ସେ ୱାଶିଂଟନର ସ୍ପୋକେନ୍‌ରେ ରହୁଥିବା ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଡେଭିଡ୍‌ ଆର୍‌ କ୍ଲେପୁଲଙ୍କ ଠାରୁ ପ୍ରଜନନ ଚିକିତ୍ସା ଚାହୁଁଥିଲେ। ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେ ଏବଂ ତାଙ୍କ ତତ୍କାଳୀନ ସ୍ୱାମୀ ଗର୍ଭଧାରଣରେ ଅସୁବିଧାର ସମ୍ମୁଖୀନ ହେବା ପରେ ଏହି ନିଷ୍ପତ୍ତି ନେଇଥିଲେ।
ବୁଧବାର ଦିନ ସ୍ପୋକେନ୍‌ କାଉଣ୍ଟି ସୁପିରିୟର କୋର୍ଟରେ ଦାଖଲ ହୋଇଥିବା ଏକ ଅଭିଯୋଗରେ ଶ୍ରୀମତୀ ହାଏସ୍‌ ଏଥିପାଇଁ ଜଣେ ବେନାମୀ ଦାତାଙ୍କୁ ପସନ୍ଦ କରୁଥିବା ପ୍ରକାଶ କରିଛନ୍ତି। ତେବେ ଡାକ୍ତର କ୍ଲେପୁଲ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଦାତା ଚୟନ ତାଙ୍କ କେଶ ଏବଂ ଆଖିର ରଙ୍ଗ ଭଳି ନିର୍ଦ୍ଦିଷ୍ଟ ଗୁଣ ଉପରେ ଆଧାରିତ ହେବ। ମନୋନୀତ ଦାତାଙ୍କ ସ୍ୱାସ୍ଥ୍ୟ ଓ ଜେନେଟିକ୍‌ ସ୍କ୍ରିନିଂ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
ମାମଲା ଅନୁଯାୟୀ, ବିଭିନ୍ନ ଚିକିତ୍ସା ପାଇଁ ଡାକ୍ତର କ୍ଲେପୁଲ ତାଙ୍କ ଠାରୁ ନଗଦ ୧୦୦ ଡଲାର ଆଦାୟ କରିଥିଲେ ଏବଂ ଦାବି କରିଥିଲେ ଯେ ଏହି ପାଣ୍ଠି କଲେଜ କିମ୍ବା ଡାକ୍ତରୀ ଛାତ୍ରମାନେ ଶୁକ୍ରାଣୁ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ।
ଗତ ବର୍ଷ ଏହି ପ୍ରକ୍ରିୟାରୁ ଜନ୍ମ ଗ୍ରହଣ କରିଥିବା ତାଙ୍କ ୩୩ ବର୍ଷୀୟା ଝିଅ ବ୍ରିୟାନା ହେସ୍‌ ଜେନେଟିକ୍‌ ଟେଷ୍ଟିଂ ଏବଂ ବଂଶୋଦ୍ଭବ ୱେବସାଇଟ ୨୩ଆଣ୍ଡଏମଇରେ ଡିଏନଏ ପପରୀକ୍ଷା ରିପୋର୍ଟ ଦାଖଲ କରିବା ପରେ ତାଙ୍କ ଜୈବିକ ପିତାଙ୍କ ପରିଚୟ ଆବିଷ୍କାର କରିଥିଲେ।
ବ୍ରିୟାନା ହେସ୍‌ ତାଙ୍କ ବୟାନରେ କହିଛନ୍ତି, ଏହା ନିଶ୍ଚିତ ଭାବେ ଏକ ପରିଚୟ ସଙ୍କଟ ଥିଲା। ଏହା ମୋ ଠାରୁ ସାରା ଜୀବନ ଲୁଚି ରହିଥିଲା। ମୁଁ ମୋ ମା’ଙ୍କ ପାଇଁ ଦୁଃଖିତ ଅନୁଭବ କଲି।
ଏ ସଂପର୍କରେ ନିଜ ପୂର୍ବ ରୋଗୀଙ୍କ ମଧ୍ୟରୁ ଜଣଙ୍କ ସହ କଥାବାର୍ତ୍ତା ବେଳେ ଡାକ୍ତର ଡେଭିଡ୍‌ ଆର୍‌ କ୍ଲେପୁଲ୍‌ କହିଥିଲେ, ’ମୁଁ ଜାଣେ ଲୋକମାନେ ବହୁତ ଖୁସି ଅଛନ୍ତି। କିନ୍ତୁ ୪୦ ବର୍ଷ ମଧ୍ୟରେ ମୁଁ ପ୍ରଥମ ଥର ପାଇଁ କୌଣସି ଜିନିଷ ବିଷୟରେ ଶୁଣୁଛି।’

ad-week
Leave A Reply

Your email address will not be published.