୧୫୦ ଅଣ୍ଡର ଗ୍ରାଉଣ୍ଡ ଟାର୍ଗେଟକୁ ଧ୍ୱଂସ କଲା ଇସ୍ରାଏଲ…

add-all

is

ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ବିରୋଧରେ ନିଜର ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ। ଗାଜା ଷ୍ଟ୍ରିପରେ ଏବେ ଇସ୍ରାଏଲ ସ୍ଥଳଭାଗରେ ହମଲା କରୁଥିବା ବେଳେ ଆକାଶ ପଥରେ ମିସାଇଲ ମାଡ଼ କରିବାକୁ ମଧ୍ୟ ପଛାଇ ନାହିଁ। ଶୁକ୍ରବାର ରାତିରେ ଇସ୍ରାଏଲ ସେନା ପକ୍ଷରୁ ଗାଜାରେ ଥିବା ୧୫୦ଟି ଅଣ୍ଡର ଗ୍ରାଉଣ୍ଡ ଟାର୍ଗେଟକୁ ଧ୍ୱଂସ କରିଛି।

ଯୁଦ୍ଧ ବିମାନ ଜରିଆରେ ଇସ୍ରାଏଲ ସେନା ଏପରି ଷ୍ଟ୍ରାଇକ କରିଛି। ଏଥିସହ ଗ୍ରାଉଣ୍ଡ ଅପରେସନକୁ ମଧ୍ୟ ବ୍ୟାପକ କରିବାକୁ ପଛାଇ ନାହିଁ। ଗ୍ରାଉଣ୍ଡ ଅପରେସନ ବେଳେ ଇସ୍ରାଏଲ ସେନା ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା।

ଏହି ଲଢ଼େଇରେ କୌଣସି ଇସ୍ରାଏଲ ସେନା ମୃତାହତ ହୋଇ ନାହାନ୍ତି। କିନ୍ତୁ ଲଢ଼େଇରେ ଅନେକ ହମାସ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ଅନେକ କ୍ୟାମ୍ପ ମଧ୍ୟ ବୋମା ମାଡ଼ରେ ଛିନଛତ୍ର ହୋଇଯାଇଛି ବୋଲି ଇସ୍ରାଏଲ ପକ୍ଷରୁ ସୂଚନା ଦେଇଛି।

ଅନ୍ୟପକ୍ଷରେ ଇସ୍ରାଏଲର ରକେଟ ମାଡ଼ରେ ଶତାଧିକ ଗାଜା ବିଲଡିଂ ମାଟିରେ ମିଶି ଯାଇଥିବା ସେଠାରେ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଅଧିକାରୀମାନେ କହିଛନ୍ତି। ସେମାନଙ୍କ କହିବା କଥା ଶୁକ୍ରବାର ରାତିରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ଶତାଧିକ ଲୋକଙ୍କ ବିଲଡିଂ ମାଟିରେ ମିଶି ଯାଇଛି।

ସେହିପରି ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି। ବ୍ୟାପକ ବୋମା ମାଡ଼ ଯୋଗୁ ଉତ୍ତର ଗାଜାର ଚିତ୍ର ପୂରା ବଦଳି ଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।

ad-week
Leave A Reply

Your email address will not be published.