ସମ୍ପର୍କୀୟ ପରିଚୟ ଦେଇ ଚୂନ ଲଗାଇଦେଲା ସାଇବର ଠକ…

add-all

erwe

ଯାଜପୁର : ସମ୍ପର୍କୀୟ ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ଚୁନ ଲଗାଉଥିଲା ସାଇବର ଠକ । ଠକକୁ ଗିରଫ କରିଛି ଯାଜପୁର ପୋଲିସ୍ । ଫୋନରେ ଏମିତି ଭାବରେ କଥା କହୁଥିଲା କି ଯେମିତି ଅତି ନିକଟ ସମ୍ପର୍କୀୟ । ଏମିତି କରି ଅନେକ ଲୋକଙ୍କ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି । ଗିରଫ ବ୍ୟକ୍ତି ଜଣକ ହେଉଛି ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳର କାର୍ତ୍ତିକ ରାଉତରାୟ ଓରଫ ଦୀପକ।

ଦୀପକ ବିରୋଧରେ ଭଞ୍ଜନଗର, ଜଗତସିଂହପୁର, ନବରଙ୍ଗପୁର, ଚାଉଳିଆ ଗଞ୍ଜ ସମେତ ରାଜ୍ୟର ବିଭିନ୍ନ ଥାନାରେ ଠକେଇ ମାମଲା ରହିଛି । ନିକଟରେ ଦୀପକ ଯାଜପୁର ଅଞ୍ଚଳର ଜଣେ ଆଇନଜୀବୀଙ୍କ ଠାରୁ ଟଙ୍କା ଠକି ନେଇଥିଲା।

ଏ ନେଇ ସେ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଦୀପକକୁ କଟକ ବାଙ୍କୀ ଅଂଚଳରୁ ଗିରଫ କରିଥିଲା। ଏହି ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ତାକୁ କୋର୍ଟ ଚାଲାଣ କରାଯାଇଛି। ତେବେ ଅଭିଯୁକ୍ତ ଦୀପକ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ସାଙ୍ଗମାନେ ତାକୁ ଫସାଇ ଦେଇଥିବା ସଫେଇ ଦେଇଛି।

ad-week
Leave A Reply

Your email address will not be published.