ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କଲା ଡେଲିଭରୀ ବୟ…

add-all

del

ସଇତାନ ସାଜିଲା ଡେଲିଭରୀ ବୟ। ଏକାଥିବା ଜାଣିବା ପରେ ଘରେ ପଶି ମହିଳାଙ୍କୁ କଲା ଦୁଷ୍କର୍ମ। ରାସନ ସାମଗ୍ରୀ ଦେବାକୁ ଆସି ଅଭିଯୁକ୍ତ ଜଣକ ଏଭଳି ନରକୀୟକାଣ୍ଡ ଘଟାଇଥିବା ଜଣାପଡିଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଛି। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ମୁତାବକ, ପୀଡ଼ିତା ଏକ ମୋବାଇଲ ଆପ୍ ମାଧ୍ୟମରେ ଘର ପାଇଁ ରାସନ ସାମଗ୍ରୀ ଅର୍ଡର କରିଥିଲେ। ଏହାକୁ ଦେବା ପାଇଁ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲା ଡେଲିଭରି ବୟ ସୁମିତ୍। ଏହା ପରେ ମହିଳା ଏକା ଥିବା ଜାଣି ଘର ଭିତରେ ପଶିବା ସହ ସୁମିତ୍ ତାଙ୍କ ସହ ଦୁଷ୍କର୍ମ କରିଥିଲା। ପରେ ସେ ସେଠାରୁ ଫେରାର ହୋଇଯାଇଥିଲ।

ଅନ୍ୟପକ୍ଷରେ ଦୁଷ୍କର୍ମର ଶିକାର ହେବା ପରେ ମହିଳା ତୁରନ୍ତ ସେହିଦିନ ହିଁ ପୁଲିସରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ତୁରନ୍ତ ଅଭିଯୁକ୍ତକୁ ଖୋଜିବା ପାଇଁ ଏକ ଟିମ୍ ଗଠନ କରିଥିଲେ। କିଛି ଘଣ୍ଟା ମଧ୍ୟରେ ସୁମିତ ଗ୍ରେଟର ନୋଏଡାରେ ଥିବା ଜାଣିପାରିଥିଲା ପୁଲିସ।

ଗିରଫ କରିବା ପାଇଁ ପୁଲିସ ସୁମିତ୍ ପାଖରେ ପହଞ୍ଚିବା ପରେ କନଷ୍ଟେବଳଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇ ଫେରାର ହେବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ। ଏହା ସହ ପୁଲିସ ଉପରକୁ ଗୁଳି ମଧ୍ୟ ଚଳାଇଥିଲା ସୁମିତ୍। ଗିରଫ କରିବା ପାଇଁ ପୁଲିସ ପାଲଟା ଗୁଳି ଚଳାଇଥିଲା। ଏଥିରେ ସୁମିତର ଗୋଡ଼ରେ ଗୁଳି ବାଜିଥିଲା। ପରେ ପୁଲିସ ସୁମିତକୁ ଗିରଫ କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ad-week
Leave A Reply

Your email address will not be published.