ବାପାର ଗୋଇଠା ମାଡରେ ଗର୍ଭବତୀ ଝିଅର ମୃତ୍ୟୁ…

add-all

erwrew

ମୟୂରଭଞ୍ଜ: ଗର୍ଭବତୀ ଝିଅର ପେଟକୁ ଲାତ ମାରିଲା ବାପା। ବିଧବା ଗର୍ଭବତୀ ଝିଅର ପେଟକୁ ବାପା ଗୋଇଠା ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଥରଖଣି ଗାଁରେ।

ସୂଚନା ଅନୁସାରେ, ପଥରଖଣି ଗାଁର ଜିଠୁ ଟୁଡୁଙ୍କ ଝିଅ ସାକରଙ୍କ ସ୍ବାମୀଙ୍କର ଏକ ବର୍ଷ ତଳେ ମୃତ୍ୟୁ ହୋଇଥିଲା। ସାକର ତାଙ୍କ ୩ ବର୍ଷର ଝିଅ ସହିତ ନିଜ ବାପ ଘରେ ରହି ଅସୁଥିଲେ। ତେବେ ଝିଅ ସାକର ଏବେ ୫ ମାସର ଗର୍ଭବତୀ ଥିବା ତାଙ୍କ ବାପା ଜାଣିବା ପରେ ସାକରଙ୍କ ପେଟକୁ ଗୋଇଠା ମାରିଥିଲେ। ଏହାସହ କାଠ ପଟା ସାହାଯ୍ୟରେ ଝଅକୁ ଆଘାତ ଦେଇଥିଲା ନୃସଂସ ବାପା।

ଝିଅର ଚରିତ୍ରକୁ ସନ୍ଦେହ କରି ବାପା ଏପରି କାଣ୍ଡ ଭିଆଇଥିବା ପୋଲିସ ସୂଚନା ଦେଇଛି। ଫଳରେ ସାକରଙ୍କ ମୃତ୍ୟୁ ହୋଇଛି। ଖବର ପାଇ କପ୍ତିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହ ପୋଲିସ ମୃତଦେହ ଜବତ କରି ଅଭିଯୁକ୍ତ ବାପାକୁ ଗିରଫ କରିଛି। ବାପାକୁ ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଥିବା ବେଳେ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

ad-week
Leave A Reply

Your email address will not be published.