ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା: ଦାରିଙ୍ଗବାଡ଼ି ବ୍ଲକରୁ ଚାରି ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତି ଭ୍ରମଣରେ ସାମିଲ ହେଲେ

add-all

ଦାରିଙ୍ଗବାଡ଼ି,୨୯/୧୦, ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରୁ ଚାରି ଜଣ ତୀର୍ଥଯାତ୍ରୀ ବ୍ଲକ ବୋଲେରୋ ଗାଡ଼ି ଯୋଗେ ଦାରିଙ୍ଗବାଡ଼ିରୁ ଫୁଲବାଣୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଫୁଲବାଣୀ ରୁ ୧୫ ଜଣ ରୁ ଉର୍ଦ୍ଧ ଏହି ତୀର୍ଥ ଯାତ୍ରାରେ ସାମିଲ ହୋଇ କେରଳର କନ୍ୟାକୁମାରୀ ଏବଂ ତିରିବେନ୍ଦମପୁରମ ଭ୍ରମଣ କରିବେ ବୋଲି ଜଣାପଡ଼ିଛି। ଏହି ତୀର୍ଥ ଯାତ୍ରା କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବ୍ଲକ ବିଡ଼ିଓ ଗଦାଧର ପ୍ରାତ୍ର, ତହସିଲଦାର ଶରତ ଶବର, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ବୟୋଜ୍ୟେଷ୍ଠ ତୀର୍ଥ ଯାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ad-week
Leave A Reply

Your email address will not be published.