ବ୍ରହ୍ମପୁର:୩୦-୧୦ ଗତ କାଲି ବିଶାକାପାଟଣା ମର୍ମତୁନ୍ତ ଟ୍ରେନ ଦୁର୍ଘଟଣା ଘଟିଛି। ବାହାନାଗା ଟ୍ରେନ ଦୁର୍ଘଟଣା ଲୋକଙ୍କ ମନରୁ ଲିଭିନି ପୁଣି ଏତେ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି।ସାଧରଣ ଲୋକେ ଏବେ ଟ୍ରେନ ରେ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଏପଟେ ଟେ ଡିଜିଟାଲ ଇଣ୍ଡିଆ ର ପ୍ରଚାର ପ୍ରସାର କେବଳ କାଗଜ କଲମରେ ସିମିତ ଅଛି। ବାହାନାଗା ଦୁର୍ଘଟଣା ପରେ ସୁରକ୍ଷା କବଚ କୁ ନେଇ ବହୁ ତର୍କ ବିତର୍କ ହୋଇଥିଲା। ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବା ପରେ ରେଳ ଦୁର୍ଘଟଣା ରୀତିମତ ହେବାରେ ଲାଗିଛି।ବାହା ନାଗା ରେଳ ଦୁର୍ଘଟଣା ସମୟରେ ସିବିଆଇ ର ଆଳ ଦେଖାଇବା ଫଳରେ ଘଟଣାର ତଦନ୍ତ ନାଲିଫିତା ତଳେ ରହିଯାଇଛି। ନୂତନ ରେଳ ର ପ୍ରସାରଣ ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀ ଙ୍କ ସହ ମନ୍ତ୍ରୀ ନିକଟରେ ରହିଥିବା ଦେଖିବାକୁ ମିଳୁଛି। ବିଶାଖାପାଟଣା ଠାରେ ଦୁର୍ଘଟଣା ଘଟିବା ର ୨୪ ଘଣ୍ଟା ହେବାକୁ ଥିବା ବେଳେ ମନ୍ତ୍ରୀ ନିର୍ବାଚନ ପ୍ରଚାର ର ଦାୟିତ୍ୱ ରେ ରହିଥିବା ଯୋଗୁଁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ପାରିନଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଦୁର୍ଘଟଣା ପରେ ବହୁ ଟ୍ରେନ ବାତିଲ ହୋଇଛି ଓ ବିଭିନ୍ନ ଟ୍ରେନ ର ଗନ୍ତବ୍ୟ ସ୍ଥଳ କୁ ବଦଳା ଯାଇଛି। ଦୁର୍ଘଟଣା ପରେ ହଜାର ହଜାର ଯାତ୍ରୀ ବିଭିନ୍ନ ରେଳ ଷ୍ଟେସନ ରେ ହନ୍ତସନ୍ତ ହେବା ସହ ପିଲା ଛୁଆ କୁ ଧରି ପଡ଼ି ରହିଥିବା ଦେଖିବାକୁ ମିଳୁଛି। ଥିବା ଵାଲା ନିଜସ୍ୱ ଗାଡ଼ି ଭଡ଼ା କରି ଯାଉଥିବା ବେଳେ ନଥିବା ଵାଲା ପିଲା ଛୁଆ କୁ ଧରି ଷ୍ଟେସନ ରେ ଭୋକ ଉପାସରେ ପଡିଥିବା ରହିଥିବା ଲକ୍ଷ କରାଯାଉଛି। ପ୍ରକାଶ ଥାଉ କି ବିରୋଧୀ ବାରମ୍ବାର ଅଭଯୋଗ କରି ଆସୁଛନ୍ତି। ରେଳ ବିଭାଗ ରେ କର୍ମଚାରୀ ନିଯୁକ୍ତି ଦିଆଯାଉ ନାହିଁ। କର୍ମଚାରୀ ଅଭାବ ଥିବା ଯୋଗୁଁ ଲୋକେ ବିଭିନ୍ନ ସୁବିଧା ରୁ ବଞ୍ଚିତ ହେଉଛନ୍ତି। କ୍ଷତି ର ଆଳ ଦେଖାଇ ଘରୋଇ ମାଲିକାନା ହାତକୁ ରେଳ ବିଭାଗ କୁ ସରକାର ଟେକି ଦେବେ ବୋଲି ଚର୍ଚ୍ଚା ହେଉଛି। ରେଳ ମନ୍ତ୍ରୀ ଙ୍କ ଇସ୍ତଫା ଦେବାକୁ ବିରୋଧୀ ଦାବୀ କରୁଥିଲେ ମଧ୍ୟ ଏ ସରକାର ନୈତିକତା ଭୁଲି ଯାଇଛ ନିଜର ସ୍ୱାର୍ଥ ପାଇଁ ବୋଲି ଚର୍ଚ୍ଚା ହେଉଛି। କହିବାକୁ ଗଲେ ରେଳ ବିଭାଗ କୁ ଶନି ଦଶା ଘାରିଛି ବୋଲି ବର୍ତମାନ ଚର୍ଚ୍ଚା ହେଉଛି l ପୂର୍ବତଟ ରେଳ ପଥ ସମ୍ପୂର୍ଣ ବନ୍ଦ କହିଲେ ଚଳେ ଅନେକ ଟ୍ରେନ ବାତିଲ କରାଯାଇଛି ଓ ଅନେକ ଗତି ପଥ ବଦଳା ଯାଇଛି ତେଣୁ ଲୋକ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି l
