ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ…

add-all

ପୁଣି ଘାଟିରେ ଟାର୍ଗେଟ୍‌ କିଲିଂ। ଜମ୍ମୁ-କଶ୍ମୀର ପୁଲଓ୍ୱାମାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ମୃତ ଶ୍ରମିକ ଜଣକ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି। ପୁଲିସ ପୂରା ଅଞ୍ଚଳକୁ କଡର୍ନ କରି ସର୍ଚ୍ଚ ଅପରେସନ୍‌ ଜାରି ରଖିଛି।

ସୂଚନା ମୁତାବକ, ପୁଲଓ୍ୱାମାର ନାଓପରା ଅଞ୍ଚଳରେ ଆଜି ହଠାତ୍‌ ଆତଙ୍କବାଦୀମାନେ ଟାର୍ଗେଟ୍‌ କରି ଆଖିବୁଜା ଗୁଳିମାଡ କରିଥିଲେ। ଏଥିରେ ଉତ୍ତର ପ୍ରଦେଶର ପ୍ରବାସୀ ଶ୍ରମିକ ମୁକେଶ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ କଶ୍ମୀର ଜୋନ୍‌ ପୁଲିସ ସୂଚନା ଦେଇଛି।

୨୪ ଘଣ୍ଟା ମଧ୍ୟରେ ପୁଲଓ୍ୱାମାରେ ଏହା ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ। ରବିବାର ଇଦ୍‌ଗା ଅଞ୍ଚଳରେ କ୍ରିକେଟ ଖେଳିବା ବେଳେ ପୁଲିସ କର୍ମଚାରୀ ମସରୁର୍‌ ଅହମ୍ମଦ ଓ୍ୱାନିଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ। ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳିମାଡ ହୋଇଥିଲା। ପରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଥିଲେ।

ad-week
Leave A Reply

Your email address will not be published.