ଆଜିଠାରୁ ଆରମ୍ଭ ହେଲା ବାଲିଯାତ୍ରା ପ୍ଲଟ ଆବଣ୍ଟନ…

add-all

bali

କଟକ : ନଭେମ୍ବର ୨୭ରୁ ଡିସେମ୍ବର ୪ ଯାଏ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଏଥିପାଇଁ ଆଜିଠାରୁ ପ୍ଲଟ ଆବଣ୍ଟନ ଆରମ୍ଭ ହୋଇଛି। ଅଫଲାଇନ ମୋଡ଼ରେ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜିକରଣ ପ୍ରକ୍ରିୟା ଚାଲିବ। ପ୍ରାଥମିକ ପର୍ଯ୍ୟାୟରେ ବଡ଼ ବଡ଼ ଏଜେନ୍ସି ବା ପ୍ରମୁଖ ପୃଷ୍ଠପୋଷକମାନଙ୍କ ପାଇଁ ଏହି ପଞ୍ଜିକରଣ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ କରାଯାଇଛି। ନଭେମ୍ବର ୪ ତାରିଖଠାରୁ ୧୦ ତାରିଖ ପର୍ଯ୍ୟନ୍ତ କ୍ଷୁଦ୍ର ବ୍ୟବସାୟୀ, ବିଭିନ୍ନ ଅନୁଷ୍ଠାନ, ସାଧାରଣ ଜନତାଙ୍କ ପାଇଁ ପ୍ଲଟ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରାଯିବ।

୧୧ ତାରିଖରୁ ୧୫ ତାରିଖ ଭିତରେ ପ୍ଲଟ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ ଜଣାପଡ଼ିଛି। ସମସ୍ତ ପ୍ଲଟ ଆବଣ୍ଟନ ପ୍ରକ୍ରିୟା ନଭେମ୍ବର ୨୦ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ସୂଚନା ମିଳିଛି। www.baliyatra.org ଓ www.cuttack.nic.in ରେ ବାଲିଯାତ୍ରା ପ୍ଲଟ ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ ହେବ। ବାଲିଯାତ୍ରା ସମ୍ପର୍କିତ କୌଣସି ପ୍ରକାର ତଥ୍ୟ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବାଲିଯାତ୍ରା କକ୍ଷ ନାମରେ ଏକ ହେଲ୍ ପ ଡେସ୍କ ଖୋଲାଯାଇଛି।

ad-week
Leave A Reply

Your email address will not be published.